ପୁଅ ନୀଭାନ କଣ୍ଠଶିଳ୍ପୀ ହୁଅନ୍ତୁ ବୋଲି ଚାହାନ୍ତି ନାହିଁ ସୋନୁ ନିଗମ, ଭାରତରେ ତ ଆଦୌ ବି ନୁହେଁ

ମୁମ୍ବାଇ : ଅନେକ ଲୋକ ବିଶ୍ବାସ କରନ୍ତି ଯେ ବାପା ଯେଉଁ ବୃତ୍ତିରେ ଥାଆନ୍ତି ତାଙ୍କ ପିଲାମାନେ ପ୍ରାୟ ସେହି ବୃତ୍ତିକୁ ଆପଣାଇଥାନ୍ତି। ମାତ୍ର ସବୁ କ୍ଷେତ୍ରରେ ସେପରି ହୋଇ ନଥାଏ। ବେଳେ ବେଳେ ବାପାଙ୍କ ବୃତ୍ତିିକୁ ଆପଣେଇ ନଥାନ୍ତି ପିଲା। ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିିଗମଙ୍କ କ୍ଷେତ୍ରରେ ବି ସେପରି କିଛି ଦେଖିବାକୁ ମିଳିଛି । ସୂଚନା ରହିଛି ଯେ ସୋନୁ ନିଜେ ଚାହାନ୍ତି ନାହିଁ କି ତାଙ୍କ ପୁଅ ନୀଭାନ ବଡ଼ ହୋଇ ଜଣେ କଣ୍ଠଶିଳ୍ପୀ ହୁୁଅନ୍ତୁ ବୋଲି।

ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ସୋନୁ କହିଛନ୍ତି ଯେ ସେ ଚାହୁଁ ନାହାନ୍ତି ଯେ ନୀଭାନ ଜଣେ ଗାୟକ ହୁଅନ୍ତୁ। ଭାରତରେ ତ ବିଲ୍‌କୁଲ୍‌ ବି ନୁହେଁ। ସୋନୁ କହିଛନ୍ତି କି ନୀଭାନ ଜଣେ ଭଲ ଖେଳାଳି। ବଡ଼ ହେଲେ ତାଙ୍କର ଖେଳାଳି ହେବାର ବିଶେଷ ସମ୍ଭାବନା ରହିଛି।

୪୭ ବର୍ଷୀୟ ସୋନୁ କହନ୍ତି, ‘ସତ କହିବାକୁ ଗଲେ ମୁଁ ଚାହୁଁ ନାହିଁ ଯେ ସେ ଜଣେ ଗାୟକ ହଉ, ଅନ୍ତତଃପକ୍ଷେ ଏହି ଦେଶରେ ନୁହେଁ। ଯାହାହେଉ, ସେ ଏବେ ଭାରତରେ ରହୁ ନାହିଁ, ନୀଭାନ ଦୁବାଇରେ ରହୁଛି। ମୁଁ ତାକୁ ବାହାରକୁ ପଠାଇ ସାରିଛି। ସେ ଜଣେ ବର୍ଣ୍ଣ ସିଙ୍ଗର୍‌(ଜନ୍ମରୁ ଗାୟକ) କିନ୍ତୁ ଜୀବନରେ ତା’ର ଆଉ ଏକ ଆଗ୍ରହ ରହିଛି । ବର୍ତ୍ତମାନ ସୁଦ୍ଧା ସେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଜଣେ ଭଲ ଖେଳାଳି ହୋଇପାରିଛି । ସେ ଅନେକ ଗୁଣ ଏବଂ ପ୍ରତିଭା ଭରା ଜଣେ ଉଜ୍ଜ୍ୱଳ ସନ୍ତାନ।  ମୁଁ ତାକୁ କିଛି କରିବାକୁ ଚାହେଁ ନାହିଁ। ଆସନ୍ତୁ ଦେଖିବା ସେ ନିଜେ କଣ ହେବାକୁ ଚାହେଁ।’

ସମ୍ବନ୍ଧିତ ଖବର