ସେଲ୍‌ଫି ନେବା ପାଇଁ କାନ୍ଧରେ ହାତ ପକାଇଲେ ପ୍ରଶଂସକ,ଏହା ଦେଖି ହାତ ହଟାଇବା ସହ ମୋଡ଼ି ଦେଲେ ସୋନୁ ନିଗମ, ତା’ପରେ କ’ଣ ଘଟିଲା ଦେଖନ୍ତୁ ଭିଡିଓରେ

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ ଏବେ ନିଜର ସଙ୍ଗୀତ ପାଇଁ କମ୍‌ ନିଜର ବିବାଦୀୟ ବୟାନ ପାଇଁ ବେଶୀ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ସୋନୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଭାଇରାଲ ଭିଡିଓରେ ସେ ନିଜ ପ୍ରଶଂସକଙ୍କ ହାତ ମୋଡ଼ୁଥିବା ଦେଖା ଯାଇଛି । ଏହି ଭିଡିଓ ଦେଖିବା ପରେ ପ୍ରଥମେ ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଉଥିବା ବେଳେ ପରେ ସବୁ କଥା ବୁଝା ପଡ଼ୁଛି ।

ସୂଚନା ମୁତାବକ, ସୋନୁ ଏକ ଇଭେଣ୍ଟରେ ପହଞ୍ଚିଥିଲେ । ସେଠାରେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ସହ ସେଲ୍‌ଫି ନେବା ପାଇଁ ସୋନୁଙ୍କ ଅନୁମତି ମାଗିଥିଲେ । ଅନୁମତି ମିଳିବା ପରେ ପ୍ରଶଂସକ ଜଣଙ୍କ ସୋନୁଙ୍କ କାନ୍ଧ ଉପରେ ହାତ ରଖି ଫଟୋ ଉଠାଇବାକୁ ଲାଗିଥିଲେ । ଯାହା ଦେଖି କିଛି ସମୟରେ ସୋନୁ ନିଜ କାନ୍ଧରୁ ପ୍ରଶଂସକଙ୍କ ହାତ ହଟାଇବା ସହ ହାତ ମୋଡ଼ି ତଳକୁ କରି ଦେଇଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ସୋନୁ ନିଜ ହାତ ନେଇ ପ୍ରଶଂସକଙ୍କ କାନ୍ଧରେ ରଖି ଫଟୋ ଉଠାଇବା ପରେ ସମସ୍ତେ ସବୁ ବୁଝି ପାରିଥିଲେ । ସୋନୁ ପ୍ରଶଂସକଙ୍କ ସହ ଥଟ୍ଟା କରୁଥିବା ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର