ବଲିଉଡ୍ ପରେ ଏବେ ସଙ୍ଗୀତ ଜଗତରୁ ବି ଆସିପାରେ ଆତ୍ମହତ୍ୟା ଖବର : ସୋନୁ ନିଗମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଚଳଚ୍ଚିତ୍ର ଜଗତରେ ତାଙ୍କୁ ଶ୍ରଦ୍ଧା କରୁଥିବା ବ୍ୟକ୍ତିମାନେ ସ୍ୱର ଉତ୍ତୋଳନ କରୁଛନ୍ତି। ଏହି କ୍ରମରେ ଜଣାଶୁଣା ଗାୟକ ସୋନୁ ନିଗମ ଗତ ଗୁରୁବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓରେ ସେ କହୁଛନ୍ତି ଯେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଯେଭଳି ଭାବେ ମାଫିଆ ସକ୍ରିୟ ରହିଛନ୍ତି, ଆଗାମୀ ଦିନରେ ଏହି ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ । ପାଖାପାଖି ସାଢ଼େ ସାତ ମିନିଟର ଏହି ଭିଡିଓରେ ସୋନୁ ନିଗମ୍‌ କହିଛନ୍ତି ଯେ ଜଣେ ବା ଦୁଇଜଣ ଲୋକ କିପରି ସମଗ୍ର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ନିଜର ପ୍ରଭାବ ବିସ୍ତାର କରି ରଖିଛନ୍ତି । କେଉଁ କଳାକାର ଗୀତ ଗାଇବେ ଆଉ କିଏ ଗାଇବେ ନାହିଁ ତାହା ସେମାନେ ହିଁ ସ୍ଥିର କରିଥାଆନ୍ତି।

 

 

View this post on Instagram

 

You might soon hear about Suicides in the Music Industry.

A post shared by Sonu Nigam (@sonunigamofficial) on

ଭିଡିଓ ପ୍ରାରମ୍ଭରେ ସୋନୁ ଚୀନ୍‌ ସହ ଯୁଦ୍ଧରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ସହିଦ ଯବାନଙ୍କ ବିଷୟରେ କଥା ହୋଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଭିଡିଓରେ କହିଛନ୍ତି- ଶୁଭ ସକାଳ, ନମସ୍ତେ … ମୁଁ ଦୀର୍ଘ ସମୟ ଧରି ବ୍ଲଗ୍‌ କରି ନାହିଁ । ବାସ୍ତବରେ ମୋର ମନୋବଳ ନଥିଲା । ସମଗ୍ର ଭାରତ ଅନେକ ଚାପ ଦେଇ ଗତି କରୁଛି । ସୁଶାନ୍ତ ସିଂ ରାଜପୁତ ଯିବା ପରେ ଦୁଃଖ ଲାଗିବା ଏକ ସ୍ୱାଭାବିକ କଥା। କାରଣ ଜଣଙ୍କ ଜୀବନ ଅକାରଣେ ଚାଲିଯିବା ଦେଖିବା ସହଜ ନୁହେଁ । କେହି ଜଣେ ଅତ୍ୟନ୍ତ ନିଷ୍ଠୁର ବ୍ୟକ୍ତି ହୋଇଥିବ ଯାହାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ। ଏହା ବ୍ୟତୀତ ଭାରତ ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ଘଣ୍ଟା ଘଣ୍ଟା ଧରି ଯୁଦ୍ଧ କରିବା ପରେ ଦେଶ ପାଇଁ ସହିଦ ହୋଇଯାଇଛନ୍ତି।

Sonu Nigam on Sushant Singh Rajput's death: 'You might soon hear ...

ମୁଁ ଜଣେ ଭାରତୀୟ, ତା’ଠାରୁ ଅଧିକ ହେଲେ ମୁଁ ଜଣେ ମଣିଷ। କ’ଣ ଚାଲିଛି? ମଣିଷ ମଣିଷକୁ ହତ୍ୟା କରୁଛି। ଯଦି ଜଣେ ବ୍ୟକ୍ତି ଚାହିଁବ ତେବେ ଏହି ଜିନିଷଗୁଡିକ ମଧ୍ୟ ବୁଦ୍ଧିମାନ ଭାବରେ ନିୟନ୍ତ୍ରଣ କରାଯାଇପାରିବ ।

ସମ୍ବନ୍ଧିତ ଖବର