ଅଭିନେତା ସୋନୁ ସୁଦ୍ଙ୍କର ଗୁରୁବାର ଜନ୍ମଦିନ ପଡ଼ୁଥିବା ବେଳେ ଏହି ଅବସରରେ ସେ ସମଗ୍ର ଦେଶରେ ଚିକିତ୍ସା ଶିବିରର ଆୟୋଜନ କରିବେ। କରୋନା ସଙ୍କଟ ବେଳେ ସେ ଅବିଶ୍ରାନ୍ତ ଭାବେ କାମ କରିଥିବା ବେଳେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଭିଟାମାଟିକୁ ଫେରାଇବାକୁ ଉଦ୍ୟମ କରି ଆସୁଛନ୍ତି। ଆସନ୍ତାକାଲି ସେ ଚିକିତ୍ସା ଶିବିର ଆୟୋଜନ କରିବାକୁ ଯାଉଥିବା ବେଳେ ଏଥିରେ ୫୦ ହଜାର ଲୋକ ଉପକୃତ ହେବେ ବୋଲି କହିଛନ୍ତି। ଏନେଇ ସୋନୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମୁଖିଆଙ୍କ ସହ ଯୋଗାଯୋଗ କରି ଶିବିର ଆୟୋଜନର ବନ୍ଦୋବସ୍ତ କରିଛନ୍ତି। ଏଥିସହ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଓ ଓଡ଼ିଶାର କେତେକ ଡାକ୍ତରଙ୍କ ସହ ଆଲୋଚନା କରି ଚିକିତ୍ସା ଶିବିରର ଆୟୋଜନ କରୁଛନ୍ତି। ଜୁଲାଇ ୩୦ରେ ସୋନୁ ୪୭ବର୍ଷରେ ପଦାର୍ପଣ କରିବେ।
ଜନ୍ମଦିନରେ ସମଗ୍ର ଦେଶରେ ସୋନୁ ସୁଦ୍ ଚିକିତ୍ସା ଶିବିର କରିବେ
/sambad/media/post_attachments/wp-content/uploads/2020/07/sonu-sood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)