ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଆଜି ତାଙ୍କ ୪୭ତମ ଜନ୍ମଦିନରେ ପ୍ରବାସୀମାନଙ୍କ ପାଇଁ ଏକ ବଡ଼ ଉପହାରର ଘୋଷଣା କରିଛନ୍ତି। ସୋନୁ ଲକ୍ଡାଉନ୍ ସମୟରେ ପ୍ରବାସୀମାନଙ୍କ ପାଇଁ ଦେବଦୂତ ସାଜି ସାହାଯ୍ୟ କରିଥିଲା ବେଳେ ଏବେ ବି ସେ ଏହି କାମ ଜାରି ରଖିଛନ୍ତି । ଆଉ ଏହି କାମ ପାଇଁ ସୋନୁ ଚର୍ଚ୍ଚାର ପରିସରରେ ରହିଛନ୍ତି । ଏବେ ସେ ଅସହାୟ ଲୋକଙ୍କ ପାଇଁ ରୋଜଗାର ସୁବିଧା ଯୋଗାଇବାକୁ ଯାଉଛନ୍ତି ।
Navbharat Timesସୋନୁ ତାଙ୍କ ଜନ୍ମଦିନରେ ଏକ ପୋଟାର୍ଲ ଘୋଷଣା କରିଛନ୍ତି। ଏହି ପୋଟାର୍ଲର ନାମ ସେ ‘ପ୍ରବାସୀ ରୋଜଗାର’ ଦେଇଛନ୍ତି। ଏହା ଜରିଆରେ ୩ଲକ୍ଷ ପ୍ରବାସୀଙ୍କୁ ରୋଜଗାର ସୁବିଧା ଦିଆଯିବ ବୋଲି ସେ ଦାବି କରିଛନ୍ତି। ସୋନୁ ଏହି ଖୁସି ଖବରକୁ ଟୁଇଟ କରି ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି। ଏହି ଟୁଇଟ ପାଇବା ପରେ ଲୋକମାନେ ସୋନୁ ସୁଦଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି।
मेरे जन्मदिन के अवसर पे मेरे प्रवासी भाइयों के लिए https://t.co/UWWbpO77Cf का 3 लाख नौकरियों के लिए मेरा करार। ये सभी अच्छे वेतन, PF,ESI और अन्य लाभ प्रदान करते हैं। धन्यवाद् AEPC, CITI, Trident, Quess Corp, Amazon, Sodexo, Urban Co , Portea और अन्य सभी का।#AbIndiaBanegaKamyaabpic.twitter.com/rjQ0rXnJAl
— sonu sood (@SonuSood) July 30, 2020
ସୋନୁ ଟୁଇଟ କରି ଲେଖିଛନ୍ତି, ମୋର ଜନ୍ମଦିନ ଅବସରରେ ପ୍ରବାସୀ ଭାଇଙ୍କ ପାଇଁ http://PravasiRojgar.comରେ ୩ଲକ୍ଷ ଚାକିରିର ସୁବିଧା ରହିଛି। ଏଥିରେ ଭଲ ପାରିଶ୍ରମିକ ରହିବା ସହିତ ପିଏଫ୍, ଇଏସ୍ଆଇ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ତେବେ ଅସହାୟ ପ୍ରବାସୀଙ୍କୁ ସୁବିଧା ଯୋଗାଇ ଦେଉଥିବାରୁ AEPC, CITI, Trident, Quess Corp, Amazon, Sodexo, Urban Co , Portea ଅଶେଷ ଧନ୍ୟବାଦ। ଏଥିସହିତ ସୋନୁ ‘ଅବ୍ ବନେଗା ଇଣ୍ଡିଆ କାମୟାବ’ ବୋଲି ଏକ ହାସ୍ଟ୍ୟାଗ ମଧ୍ୟ ଦେଇଛନ୍ତି।
DNA Indiaପ୍ରବାସୀମାନେ କରୋନା ମହାମାରୀ ସମୟରେ ଜାରି ହୋଇଥିବା ଲକ୍ଡାଉନ୍ କାରଣରୁ ଘରକୁ ଫେରିବା ପରେ ସେମାନଙ୍କ ଚାକିରି ହରାଇଥିଲେ। ଯେଉଁଥିପାଇଁ ପ୍ରବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରବାସୀଙ୍କ ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ସୋନୁ http://PravasiRojgar.com ପୋଟାର୍ଲର ଲଞ୍ଚ କରିଛନ୍ତି। ଏହି ପୋଟାର୍ଲରେ ସହିତ ପାଖାପଖି ୫୦୦ କମ୍ପାନି ଓ ଏନ୍ଜିଓ ସାମିଲ ରହିଛନ୍ତି। ପୋଟାର୍ଲରେ ପ୍ରଥମେ ପ୍ରବାସୀମାନେ ନିଜ ନାମ ପଞ୍ଜିକୃତ କରି ନିଜର ଏକ ପ୍ରୋଫାଇଲ୍ ତିଆରି କରିବେ। ଏହାପରେ ଯୋଗ୍ୟତା ଅନୁସାରରେ ପ୍ରବାସୀଙ୍କୁ ଚାକରି ମିଳିବ ବୋଲି ସୋନୁ ସୁଦ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/remote.jpg)