ଓଡ଼ିଶା ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ସ୍ଥାୟୀ ମାସିକ ଆୟ ଦାବି କଲେ ସୋନୁ ସୁଦ

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ମୃତକଙ୍କ ପରିବାର ପ୍ରତି ସୋସିଆଲ ମିଡ଼ିଆରେ ସମବେଦନା ଜଣାଇଛନ୍ତି ଅଭିନେତା ସୋନୁ ସୁଦ। କୋଭିଡ୍ ମହାମାରୀ ସମୟରେ ପୀଡ଼ିତଙ୍କ ଜନମଙ୍ଗଳ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିବା ସୁଦ କହିଛନ୍ତି, ସୋସିଆଲ ମିଡ଼ିଆରେ ଏମିତି ନେତା, ମନ୍ତ୍ରୀ ଓ ଅଧିକାରୀଙ୍କ ସମେତ ବହୁଲୋକ ସମବେଦନା ଜଣାଉଛନ୍ତି।

କିନ୍ତୁ ସେଥିରୁ ପୀଡ଼ିତଙ୍କ ପରିବାରକୁ କି ଲାଭ ମିଳିବ? କେନ୍ଦ୍ର ଓ ରାଜ୍ୟ ସରକାର ମୃତକ ଓ ଗୁରୁତର ଆହତଙ୍କ ପରିବାର ପାଇଁ ସ୍ଥାୟୀ ମାସିକ ଆୟର ବ୍ୟବସ୍ଥା କରିବାକୁ ସୁଦ ଦାବି କରିଛନ୍ତି। ଏଥିସହ ଜନସାଧାରଣଙ୍କୁ ମଧ୍ୟ ପୀଡ଼ିତଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଅଭିନେତା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର