ଗରିବଙ୍କ ଭଗବାନ ହେବା ପଡ଼ୁଛି କି ଭାରୀ? ଖଳନାୟକ ଚରିତ୍ର ମିଳୁନଥିବା କହିଲେ ସୋନୁ

ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବଙ୍କ ଭଗବାନ ବନିଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍। ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ସେମାନଙ୍କୁ ଖାଦ୍ୟ ଓ ଔଷଧ ଯୋଗାଇଥିଲେ ସୋନୁ। ତାଙ୍କର ଏଭଳି କାମ ପରଦା ଉପରେ ଥିବା ତାଙ୍କର ଖଳନାୟକ ଇମେଜ୍ ବଦଳାଇଥିଲା। କୋଟି କୋଟି ଦେଶବାସୀଙ୍କ ଭଗବାନ ପାଲଟିବା ପରେ ସୋନୁ ସୁଦଙ୍କୁ ଏହା ଭାରୀ ପଡ଼ୁଥିବା ଜଣାପଡ଼ିଛି। ନିକଟରେ ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି ଯେ, କରୋନା ପରେ ମୋର ଇମେଜ୍ ବଦଳିଛି। ଏଥିପାଇଁ ମୋ ପାଖକୁ ଖଳନାୟକ ଚରିତ୍ରର ଅଫର ଆସିବା ବନ୍ଦ ହୋଇଯାଇଛି।

aajtak

ତାଙ୍କ କହିବା ମୁତାବକ,  ଅସଲ ଜୀବନରେ ଲୋକଙ୍କ ହିରୋ ହେବା ପରେ ପରଦାରେ ମେତେ ଖଳନାୟକ ଚରିତ୍ରରେ ଦେଖିବାକୁ କିଏ ପସନ୍ଦ କରିବ? ମୋତେ ଏବେ କେହି ଖଳନାୟକ ଚରିତ୍ରର ଅଫର ଦେଉ ନାହାଁନ୍ତି। କରୋନା ମହାମାରୀ ପୂର୍ବରୁ ମୁଁ ଯେଉଁ ସବୁ ଫିଲ୍ମ‌ର ସୁଟିଂ ଆରମ୍ଭ କରିଥିଲି, ସେ ଫିଲ୍ମର ସ୍କ୍ରିପ୍ଟ ଏବେ ବଦଳାଯାଉଛି। ମୋର ଇମେଜ୍ ବଦଳିବା ସହ ସବୁକିଛି ବଦଳିଛି। ଅସଲ ଜୀବନ ଭଳି ପରଦାରେ ବି ମୋର ଇମେଜକୁ ଭଲ ଦେଖାଇବା ପାଇଁ ଏବେ ନିର୍ଦ୍ଦେଶକ ‌ଚେଷ୍ଟା କରୁଛନ୍ତି। ମୁଁ ଭାବୁଛି ଏହା ମୋ ପାଇଁ ନୂଆ ଅଟେ। ଆଶା କରୁଛି ଏହା ମୋ ପାଇଁ ଭଲ ହେବ।

ସମ୍ବନ୍ଧିତ ଖବର