ଜଣେ ପ୍ରଶଂସକ ମୋବାଇଲ୍ ସିମ୍ରେ ସୋନୁଙ୍କ ଫଟୋ ଆଙ୍କିବା ଘଟଣା ଏବେ ଟ୍ବିଟର୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋମିନ୍ ନାମକ ଜଣେ ଯୁବକ ସୋନୁଙ୍କ ସିମ୍ରେ ଅଙ୍କା ଫଟୋକୁ ସୋନୁଙ୍କୁ ଟ୍ୟାଗ୍ କରିବା ସହ ଲେଖିଛନ୍ତି, ‘ସୋନୁ ସାର୍! ଆପଣଙ୍କ ଫଟୋ ମୁଁ ସିମ୍ ଉପରେ ଆଙ୍କିଛି। ଆପଣଙ୍କୁ କେମିତି ଲାଗିଲା। ଆପଣ ବହୁତ ଭଲ କାମ କରୁଛନ୍ତି। ଆପଣଙ୍କ ପାଇଁ ବହୁତ ଗର୍ବ ଅନୁଭବ ହୁଏ। ଏଥିରେ ସୋନୁ ସୁଦ୍ ଖୁସିବ୍ୟକ୍ତ କରିବା ସହ ଲେଖିଛନ୍ତି, ‘୧୦ଜି ନେଟ୍ୱର୍କ’। ଏହି ପୋଷ୍ଟ ସେୟାର୍ ହେବାର ଏକ ଘଣ୍ଟା ମଧ୍ୟରେ ଏହାକୁ ୨୧ ହଜାର ଲାଇକ୍ ମିଳିଥିବା ହଜାରରୁ ଅଧିକ ରି-ଟ୍ବିଟ୍ କରିଛନ୍ତି। ୪୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ବି ଦେଇଛନ୍ତି।
ମୋବାଇଲ୍ ସିମ୍ରେ ସୋନୁ
/sambad/media/post_attachments/wp-content/uploads/2020/09/sonu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)