ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିବା ପରେ ନିନ୍ଦୁକ କହିଲେ ‘ଫ୍ରଡ୍’, ଆକ୍ଷେପକାରୀଙ୍କୁ କଡ଼ା ଜବାବ ଦେଲେ ସୋନୁ ସୁଦ୍

ମୁମ୍ବାଇ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ପ୍ରବାସୀ ଶ୍ରମିକ, ଅଭାବୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ବାସ୍ତବ ହିରୋ ସାଜିଛନ୍ତି । ଲୋକମାନଙ୍କ ପାଖରେ ଦେବଦୂତ ଭଳି ଅସୁବିଧା ସମୟରେ ସାହାଯ୍ୟ ପହଞ୍ଚାଇ ଦେଉଥିବାରୁ ଲୋକମାନେ ତାଙ୍କୁ ଦେବତା ଭଳି ପୂଜା କରିବା ବି ଆରମ୍ଭ କରି ଦେଇଥିଲେ। ତାଙ୍କର ଏହି ମହାନତା ପାଇଁ ସାରା ଦେଶ ତାଙ୍କୁ ପ୍ରଶଂସା କରୁଛି ।

ଏସବୁ ସତ୍ତ୍ୱେ କିଛି ଲୋକ ‌ସୋନୁଙ୍କୁ ଆକ୍ଷେପ କରି ଫ୍ରଡ୍ ବୋଲି କହିଛନ୍ତି । ଏହାକୁ ନେଇ ସୋନୁଙ୍କ ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ସୋନୁ ସୁଦ୍ ଆକ୍ଷେପକାରୀଙ୍କୁ କଡ଼ ଜବାବ ବି ଦେଇଛନ୍ତି।

Sonu Sood responds to being called a 'fraud', talks about trolling he faces despite his public work - bollywood - Hindustan Times

ସୋନୁ ନିଜେ ଟ୍ରୋଲ୍ ହେବାକୁ ନେଇ କହିଥିଲେ, ‘ଆକ୍ଷେପକାରୀ ବୋଧହୁଏ ଏମିତି ଏଇଥିପାଇଁ କହିଛନ୍ତି କାରଣ ତାହା ତାଙ୍କର ପେସା ହୋଇଥିବ ଏବଂ ଏଇଥିପାଇଁ ତାଙ୍କୁ ପେମେଣ୍ଟ କରାଯାଉଥିବ । କିନ୍ତୁ ଏହା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ମୁଁ ଯେମତି ଅଭାବୀଙ୍କୁ ସାହାଯ୍ୟ କରୁଛି ସେମିତି କରୁଥିବି।

ଆଉ ଯେଉଁମାନେ ମୁଁ କିଛି କରୁନି ବୋଲି ଦାବି କରୁଛନ୍ତି ସେମାନଙ୍କ ପାଇଁ ମୋ ପାଖରେ ଉଚିତ ଜବାବ ଅଛି । ମୋ ପାଖରେ ୭ ଲକ୍ଷ ୩ ହଜାର ୨୪୬ ଲୋକଙ୍କ ବିବରଣୀ ଅଛି । ମୁଁ ଯେଉଁମାନଙ୍କୁ ସାହାଯ୍ୟ କରିଛି, ସେମାନଙ୍କ ଫୋନ ନମ୍ବର, ଠିକଣା, ଆଧାର କାର୍ଡ ନମ୍ବର ମୋ ପାଖରେ ଅଛି । ମୋତେ ଟ୍ରୋଲ ବଦଳରେ ବାହାରକୁ ଯାଇ କାହାକୁ ସାହାଯ୍ୟ କଲେ ମଙ୍ଗଳ ହୁଅନ୍ତା ।”

ସମ୍ବନ୍ଧିତ ଖବର