ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ପ୍ରକୃତ ଜୀବନର ହିରୋ ହୋଇପାରିଛନ୍ତି। ସେ ଏବେ ଚର୍ଚ୍ଚାର ବିଷୟ ହୋଇ ରହିଛନ୍ତି। ସୋନୁ ସୁଦ ବର୍ତ୍ତମାନ ଦେଶର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଜଣେ । ଲୋକମାନଙ୍କ ମଧ୍ୟରେ ତାଙ୍କର ପ୍ରତିମୂର୍ତ୍ତି ଭଗବାନଙ୍କ ପରି ହୋଇଯାଇଛି।
ଦୁର୍ଗା ପୂଜା ଅବସରରେ ସୋନୁ ସୁଦଙ୍କ୍ ଏକ ପ୍ରତିମା ତିଆରି କରାଯାଇଛି। କୋଲକାତାର କେସ୍ତୋପୁର ପ୍ରଫୁଲ୍ଲ କାନନ ଦୁର୍ଗା ପୂଜା ସମିତି ଦ୍ବାରା ସୋନୁ ସୁଦଙ୍କ ଭଲ କାମକୁ ସମ୍ମାନ ଜଣାଇବା ପାଇଁ ତାଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଅଭିନେତା ସୋନୁ ସୁଦ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଣ୍ଡପର ଫଟୋ ସେୟାର କରିଛନ୍ତି।
ଅଭିନେତା ସୋନୁ ସୁଦ ସୁନ୍ଦରବନରେ ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏହାପରେ ଲୋକମାନେ ସୋନୁ ସୁଦଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏପରି କରିଛନ୍ତି । ସୋନୁ ସୁଦ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ମଣ୍ଡପର ଥିମର ଭିଡିଓ ସେୟାର କରିଛନ୍ତି।
କ୍ୟାପସନରେ ସେ ଲେଖିଛନ୍ତି, "ଶୁଭ ନବତ୍ରୀ। ମୋର କଲେଜ ଦିନରେ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବା ମନେ ଅଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଅପେକ୍ଷା କରିବାକୁ ହେଉଥିଲା। ଆଜି କ୍ରମାଗତ ଦ୍ୱିତୀୟ ବର୍ଷ କୋଲକାତାର ଏକ ଦୁର୍ଗା ପୂଜା ମଣ୍ଡପରେ ନିଜକୁ ଦେଖି ନମ୍ର ଅନୁଭବ କରୁଛି। କାସ ମୁଁ ଯାଇ ପାରି ଥାଆନ୍ତି। ଏତେ ବଡ଼ ସମ୍ମାନ ପାଇଁ ଧନ୍ୟବାଦ। ’