ହିନ୍ଦୀ ରାଷ୍ଟ୍ରଭାଷା ବିବାଦ: ସୋନୁ ସୁଦ କହିଲେ; ଭାରତରେ ଗୋଟିଏ ଭାଷା ରହିଛି, ତାହା ହେଲା…

ନୂଆଦିଲ୍ଲୀ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ଏକ ବିବୃତି ଏବେ ଦକ୍ଷିଣ ଏବଂ ଉତ୍ତର ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼ ସୃଷ୍ଟି କରିଛି। ହିନ୍ଦୀକୁ ରାଷ୍ଟ୍ରଭାଷା ଭାବରେ ଗ୍ରହଣ କରୁନଥିବା କିଚ୍ଚା ସୁଦୀପଙ୍କ ବିବୃତି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୁଇଟି ଭାଗରେ ବିଭକ୍ତ କରିଦେଇଛି। ଗତକାଲି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ବୋଲି କହିଥିଲେ କିଚ୍ଚା। ଏହାର ଜବାବ ଦେବାକୁ ଯାଇ ଦୁହିଁଙ୍କ ମଧ୍ୟରେ ଟ୍ବିଟର ବର୍ଷା ଆରମ୍ଭ ହୋଇଥିଲା। ଦୁହିଁଙ୍କ ଟ୍ବିଟର ଯୁଦ୍ଧରେ ବିଭିନ୍ନ ରାଜନୈତିକ ଦଳ ମୁଣ୍ଡ ଭର୍ତ୍ତି କରି ଅଜୟଙ୍କୁ ସମାଲୋଚନା କରୁଥିବା ବେଳେ ଅଭିନେତା ସୋନୁ ସୁଦ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ମୁଁ ଭାବୁନାହିଁ ଯେ ହିନ୍ଦୀକୁ କେବଳ ରାଷ୍ଟ୍ର ଭାଷା କୁହାଯାଇପାରେ। ଭାରତରେ ଗୋଟିଏ ଭାଷା ରହିଛି, ଯାହା ମନୋରଞ୍ଜନ ଅଟେ। ଆପଣ କେଉଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ତୁମେ ଲୋକମାନଙ୍କ ମନୋରଞ୍ଜନ କରିପାରିଲ, ସେମାନେ ତୁମକୁ ଭଲ ପାଇବେ। ତୁମକୁ ସମ୍ମାନ ଦେବ ଏବଂ ତୁମକୁ ଗ୍ରହଣ କରିବ।

Bollywood News | Ajay Devgn Praises Sonu Sood For His Help To Migrant Workers | 🎥 LatestLY
latestly

ଉଲ୍ଲେଖଯୋଗ୍ୟ, ସାଉଥ ଇଣ୍ଡଷ୍ଟ୍ରିର ହିଟ୍ ଭିଲେନ୍ କିଚ୍ଚା ସୁଦୀପଙ୍କ ଏକ ସାକ୍ଷାତକାରରୁ ଏହି ବିବାଦ ଆରମ୍ଭ ହୋଇଛି। ଭାଇରାଲ ହେଉଥିବା ଏକ ଭିଡିଓରେ ସେ ହିନ୍ଦୀ ଭାଷାକୁ ନେଇ କହିଥିଲେ ଯେ ଏହା ଆମର ରାଷ୍ଟ୍ରଭାଷା ନୁହେଁ। ଏହା ଶୁଣି ଅଭିନେତାଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ଆଗକୁ ଆସିଥିଲେ ବଲିଉଡ ଅଭିନେତା ଅଜୟ ଦେବଗନ୍।

ଟ୍ବିଟ କରି ଅଜୟ ଦେବଗନ କହିଥିଲେ ଯେ, କିଚ୍ଚା ସୁଦୀପ, ମୋ ଭାଇ, ତୁମ ଅନୁଯାୟୀ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ ତେବେ ତୁମେ ତୁମର ମାତୃଭାଷାରେ ସୁଟ୍ କରାଯାଇଥିବା ଚଳଚ୍ଚିତ୍ରକୁ ହିନ୍ଦୀରେ ଡବ କରି କାହିଁକି ରିଲିଜ୍ କରୁଛ? ହିନ୍ଦୀ ଆମର ମାତୃଭାଷା ଏବଂ ରାଷ୍ଟ୍ରଭାଷା ଥିଲା, ଅଛି ଏବଂ ସର୍ବଦା ରହିବ। ଜନ ଗଣ ମନ।

ଏହାର ଜବାବରେ ସୁଦୀପ ଟ୍ବିଟ କରିଥିଲେ ଯେ, ସାର୍, ଯେଉଁଭଳି ଭାବେ ଏହି କଥାଟି ଆପଣଙ୍କ ପାଖକୁ ପହଞ୍ଚିଛି, ତାହା ମୁଁ ଦେଇଥିବା ମନ୍ତବ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ମୁଁ ଆପଣଙ୍କୁ ଦେଖା କରି ଏବିଷୟରେ ଜଣାଇବି। ଏହା କାହାକୁ ଆଘାତ ଦେବା, ଉତ୍ତେଜନା ସୃଷ୍ଟି କରିବ‌ା କିମ୍ବା କୌଣସି ବିତର୍କ ଆରମ୍ଭ କରିବା ପାଇଁ ନଥିଲା। ମୁଁ କାହିଁକି ଏଭଳି କହିବି ସାର୍? ତେବେ ଦୁହିଁଙ୍କ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର ହୋଇଥିଲେ ବି ଏବେ ଏହାକୁ ନେଇ ଭାଷା ରାଜନୀତି ଆରମ୍ଭ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ।

ସମ୍ବନ୍ଧିତ ଖବର