ମୁମ୍ବାଇ: ପ୍ରଥମେ ସରକାରଙ୍କୁ ଅନୁରୋଧ କରିଥିଲେ ଏବେ ନିଜେ ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ିଲେ ବଲିଉଡ ଅଭିନେତା ସୋନୁ ସୁଦ। କରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ଭଗବାନ ପାଲଟିଥିବ‌ା ସୋନୁ ଏବେ ବାହାନଗା ଟ୍ରେନ ଦୁର୍ଘଟଣାର ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ପୀଡ଼ିତଙ୍କ ପିଲାମାନଙ୍କୁ ଶିକ୍ଷା ସହାୟତା ଯୋଗାଇବା ସହ ରୋଜଗାର ଦେବେ ବୋଲି ସୋନୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସେ ଏକ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି, ଯାହାଦ୍ବାରା ଲୋକେ ତାଙ୍କୁ ମେସେଜ କରି ଯୋଗାଯୋଗ କରିପାରିବେ।

Advertisment

ଇନଷ୍ଟାରେ ସେୟାର କରିଥିବା ନିଜ ଭିଡିଓରେ ସୋନୁ କହିଛନ୍ତି, ଗତ କିଛି ଦିନ ହେଲାଣି ଆମେ ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଠିକଣା ଖୋଜିବାକୁ ଚେଷ୍ଟା କରୁଛୁ। ଏହି ଦୁର୍ଘଟଣା ପରେ ସେମାନେ ନିଜ ଜୀବନ କେମିତି ବଞ୍ଚୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଛୁ। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି। ଏହି ନମ୍ବର(+୯୧ ୯୯୬୭୫୬୭୫୨୦) ଜରିଆ‌ରେ ପୀଡ଼ିତ ଲୋକ ନହେଲେ ପୀଡ଼ିତଙ୍କୁ ଜାଣିଥିବା ଲୋକ ଆମ ସହ ଯୋଗାଯୋଗ କରିପାରିବେ। ଏହି ନମ୍ବରରେ କେବଳ ମେସେଜ କରିବାକୁ ଅନୁରୋଧ। ଆମେ ପୀଡ଼ିତଙ୍କ ସମସ୍ୟା ଜାଣିବା ପରେ ସେମାନଙ୍କୁ ରୋଜଗାର ଦେବୁ ଓ ପିଲାମାନେ ପାଠ ନଢ଼ିପାରୁଥିଲେ ଆମେ ସେଥିରେ ସାହାଯ୍ୟ କରିବୁ।

View this post on Instagram

A post shared by Sonu Sood (@sonu_sood)