ଅସଲ ଜୀବନରେ ଭାଇ-ଭଉଣୀ ଅଟନ୍ତି ଏହି ୧୦ବଲିଉଡ୍‌ କଳାକାର

ବଲିଉଡ୍‌ରେ ଏ ପର୍ଯ୍ୟନ୍ତ ଆପଣ ସ୍ୱାମୀ-ସ୍ତ୍ର ଓ ପ୍ରେମିକ-ପ୍ରେମିକାମାନଙ୍କ ଯୋଡ଼ିକୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଶୁଣିଥିବେ । କେଉଁ କଳାକାର କାହାକୁ ବିବାହ କଲେ ବା କାହାକୁ ଡେଟ୍‌ କରୁଛନ୍ତି, ସେ ନେଇ ଆମେ ଆପଣଙ୍କୁ ଜଣାଇ ଆସିଛୁ । କିନ୍ତୁ ଆଜି ଆମେ ବଲିଉଡ୍‌ର ଭାଇ-ଭଉଣୀ ଯୋଡ଼ି ବିଷୟରେ ଆପଣଙ୍କୁ ଜଣାଇବୁ ।

୧. ଅଭିନେତା ମୋହନିଶ ବହଲ ଓ ଅଭିନେତ୍ରୀ କାଜୋଲ ଦେବଗନ୍‌ ପ୍ରକୃତରେ ଭାଇ-ଭଉଣୀ ବୋଲି ଖୁବ୍‌ କମ ଲୋକଙ୍କୁ ଜଣା । ମୋହନିଶଙ୍କ ମା’ ନୁତନ ଓ କାଜୋଲଙ୍କ ମା’ ତନୁଜା ଅସଲରେ ହେଉଛନ୍ତି ଦୁଇ ଭଉଣୀ ।

Amar Ujala

୨.ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନେତା ଇମ୍‌ରାନ ହାସ୍‌ମୀଙ୍କର ସଂପର୍କରେ ଭଉଣୀ ହେବେ । କାରଣ ଆଲିଆ ଭଟ୍ଟଙ୍କ ବାପା ମହେଶ ଭଟ୍ଟ ସଂପର୍କରେ ଇମ୍‌ରାନଙ୍କ ମାମୁଁ ବୋଲି ଜଣା ପଡ଼ିଛି ।

Dhumor

୩. ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କୁ ଧରମ ଭଉଣୀ କରିଛନ୍ତି । କ୍ୟାଟ୍ରିନା ବଲିଉଡ୍‌କୁ ଆସିବା ପରେ ପରେ ଅର୍ଜୁନଙ୍କୁ ନିଜ ଭାଇ ବନାଇ ଦେଇଥିଲେ ।

Arjun Kapoor and Katrina Kaif
amarujala.com

୪. ଅଭିନେତ୍ରୀ ସୋନମ କପୁର ଓ ଅଭିନେତା ରଣବୀର ସିଂହ ସଂପର୍କରେ ଭାଇ-ଭଉଣୀ ହେବେ । କାରଣ ସୋନମଙ୍କ ଆଈ ଓ ରଣବୀରଙ୍କ ଜେଜେ ମା’ ଦୁଇ ଭଉଣୀ ଥିଲେ ।

ranveer singh and sonam kapoor
amarujala.com

୫. ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିନେତା ସୋନୁ ସୁଦ୍‌ଙ୍କୁ ଧରମ ଭାଇ କରିଛନ୍ତି । ଫିଲ୍ମ ଯୋଦ୍ଧା-ଅକବରରୁ ଦୁହିଁଙ୍କର ଭାଇ-ଭଉଣୀର ସଂପର୍କ ଆରମ୍ଭ ହୋଇଥିଲା ।

Aishwarya Rai Bachchan, Sonu Sood
amarujala.com
ସମ୍ବନ୍ଧିତ ଖବର