ପ୍ରେମିକା ସହିତ ଫେରାର ହେବାର କ’ଣ ଉପାୟ ଅଛି ବୋଲି ପଚାରି ସୋନୁଙ୍କୁ ସାହାଯ୍ୟ ମାଗିଲେ ଯୁବକ! ଉତ୍ତର ମିଳିଲା, ‘ମୋ ପାଖରେ ଭଲ ଉପାୟ ଅଛି’

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଅନେକ ପ୍ରବାସୀ ଶ୍ରମିକଙ୍କ ପାଇଁ ବସର ବନ୍ଦୋବସ୍ତ କରି ସେମାନଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଉଛନ୍ତି । ସୋନୁଙ୍କ ଏଭଳି କାମ ପାଇଁ ସୋସିଆଲ ମିଡିଆରେ ସେ ବେଶ୍‌ ଚର୍ଚ୍ଚାରେ ରହିବା ସହିତ ରାଜନେତା, କ୍ରିକେଟରଙ୍କ ଠାରୁ ଆରମ୍ଭ କରି କଳାକାରମାନେ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଥିବା ଦେଖି କିଛି ଲୋକେ ଏବେ ସେମାନଙ୍କର ଯେକୌଣସି ଅସୁବିଧା ହେଲେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳୁଛି। ନିକଟରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କିପରି ଘରୁ ଫେରାର କରି ନେଇ ହେବ ସେଥିପାଇଁ ସୋନୁଙ୍କୁ ଉପାୟ ପଚାରି ଥିଲେ। ଏହାକୁ ନେଇ ସୋନୁ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

ସୋନୁ ସୁଦ ମୁମ୍ବାଇରେ ଫସି ଥିବା ପ୍ରବାସୀଙ୍କୁ ସେମାନଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବସ୍‌ର ବ୍ୟବସ୍ଥା କରିଥିଲେ। ସେହିପରି ଅନ୍ୟ ଦେଶରେ ଫସିଥିବା ପ୍ରବାସୀଙ୍କୁ ଏୟାରଲିଫ୍ଟ ଓ ଟ୍ରେନ୍‌ ଜରିଆରେ ଘରକୁ ପଠାଇଥିଲେ। ଏହା ଦ୍ବାରା ପ୍ରଭାବିତ ଲୋକେ ଏବେ ସୋନୁ ସୁଦଙ୍କ ସାହାଯ୍ୟ ପାଇଁ ସୋସିଆଲ ମିଡିଆର ସାହାରା ନେଉଛନ୍ତି। ଏହି କ୍ରମରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ସୋନୁଙ୍କୁ ସାହାଯ୍ୟ ମାଗି ଲେଖିଛନ୍ତି, ‘ଭାଇ ମୋତେ କେଉଁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଉ। ପ୍ରେମିକା ସହିତ ଫେରାର ହେବାର ଅଛି। ଅଣ୍ଡାମାନ-ନିକୋବରରେ ନେଇ ଛାଡ଼ି ଦିଆଯାଉ।’

Fan asks Sonu Sood 'to reunite him with girlfriend in Bihar ...
News

ଏହାର ଉତ୍ତରରେ ସୋନୁ ସୁଦ କହିଛନ୍ତି, ମୋ ପାଖରେ ଏକ ସୁନ୍ଦର ଉପାୟ ଅଛି। ତୁମ ଦୁହିଁଙ୍କ ସାଙ୍ଗରେ ତୁମ ଦୁଇ ପରିବାରଙ୍କୁ ବି ପଠାଇ ଦିଆଯିବ। ତା’ପରେ ‘ଚଟ ମଙ୍ଗନି ପଟ ବିହା’।

ସମ୍ବନ୍ଧିତ ଖବର