ନୂଆଦିଲ୍ଲୀ: ରବିବାର ଜଣେ ପ୍ରେମିକ ନିଜ ପ୍ରେମିକାକୁ ଯେଉଁଭଳି ଭାବେ ହତ୍ୟା କଲା ତାହା ଏବେ ସାରା ଦେଶକୁ ସ୍ତବ୍ଧ କରିଛି। କୌଣସି ଜନଶୂନ୍ୟ ଅଞ୍ଚଳରେ ନୁହେଁ ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିଲା ଏହି ହୃଦୟ ଥରା ଘଟଣା। ପ୍ରେମିକ ରାସ୍ତା ଗଡ଼ରେ ନିଜ ପ୍ରେମିକାକୁ ଛୁରି ଭୁସି ଚାଲିଥିବା ବେଳେ ରାସ୍ତାରେ ଯାଉଥିବା ଲୋକ କିଛି ନହେଲା ଭଳି ଅଣଦେଖା କରି ଚାଲି ଯାଉଥିଲେ। ସିସିଟିଭିରେ କଏଦ ହୋଇଥିବା ସେ ସମୟର ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକଙ୍କ ଏଭଳି ମନୋଭାବ ଆଶ୍ଚର୍ଯ୍ୟ କରିଛି। ସାହାଯ୍ୟ କରିବା ପରିବର୍ତ୍ତେ ଏଭଳି ମୁହଁ ମୋଡି ଚାଲିଯିବାର କାରଣରୁ ଜଣେ ପରିବାର ନିଜ ଝିଅକୁ ହରାଇଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ବଲିଉଡ ଅଭିନେତା ସୋନୁ ସୁଦ ଟ୍ବିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି।
Wish someone had the guts to kick that guy hard who stabbed an unfortunate 16year old Sakshi in Delhi.
Being a spectator & ignoring the crime happening around u is such a cowardly act.
Parents lost their daughter not bec some Sahil stabbed their daughter..it’s Bec no one came…— sonu sood (@SonuSood) May 31, 2023
ସେ ଲେଖିଛନ୍ତି, ‘କେହି ହେଲେ ବି ଦିଲ୍ଲୀରେ ୧୬ ବର୍ଷ ବୟସ୍କା ସାକ୍ଷୀଙ୍କୁ ଛୁରିରେ ହତ୍ୟା କରୁଥିବା ସାହିଲକୁ ଗୋଇଠା ମାରିବାକୁ ସାହସ କରିଥାନ୍ତେ କି। ଦର୍ଶକ ହେବା ଏବଂ ଆପଣଙ୍କ ଚାରିପାଖରେ ଘଟୁଥିବା ଅପରାଧକୁ ଅଣଦେଖା କରିବା ଏକ କାପୁରୁଷତାର କାମ। ସାହିଲ ଛୁରି ଭୁସିବାରୁ ମାତାପିତା ସାକ୍ଷୀକୁ ହରାଇନାହାନ୍ତି ବରଂ ଲୋକେ ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିଲେନି ବୋଲି ମାତାପିତା ସାକ୍ଷୀକୁ ହରାଇଛନ୍ତି।