ସୋନୁଙ୍କ ଇଚ୍ଛା, ପୁଅ କଣ୍ଠଶିଳ୍ପୀ ନ ହେଉ

‌ନିଜ ସଂଗୀତର ଯାଦୁ ବଳରେ କୋଟି କୋଟି ସଂଗୀତପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିବା ସୋନୁ ନିଗମ ଚାହାନ୍ତିନି ଯେ ତାଙ୍କ ପୁଅ ତାଙ୍କ ପରି ଜଣେ କଣ୍ଠଶିଳ୍ପୀ ହେଉ। ଏକ ସାକ୍ଷାତକାରରେ ସୋନୁ କହିଛନ୍ତି, ପିଲାଟି ଦିନରୁ ପୁଅ ନିବାନ୍‌ ଭଲ ଗୀତ ଗାଉଥିଲେ ମଧ୍ୟ ସେ ଜଣେ କଣ୍ଠଶିଳ୍ପୀ ହେଉ ବୋଲି ମୋର ବିଲକୁଲ୍‌ ଇଚ୍ଛା ନାହିଁ।

ସୋନୁ କହିଛନ୍ତି, ନିବାନ୍‌ ଏବେ ଦୁବାଇରେ ରହୁଛି। ଭଲ ଗୀତ ଗାଇବା ସହ ତା’ର ଅନ୍ୟ ଜିନିଷରେ ମଧ୍ୟ ଆଗ୍ରହ ରହିଛି। ସେ ୟୁଏଇର ଜଣେ ଶ୍ରେଷ୍ଠ ଗେମର୍‌। ଫର୍ଟନାଇଟ୍‌ ଗେମ୍‌ରେ ଦ୍ବିତୀୟ ନମ୍ବରରେ ରହିଛି। ଜଣେ ଦକ୍ଷ ତଥା ବିଚକ୍ଷଣ ପିଲା। ଭବିଷ୍ୟତରେ ସେ କ’ଣ ହେବାକୁ ଚାହିବ, ସେ ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ତା’ର। ମୁଁ କେବଳ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର