ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷକ ମୋ ପାଇଁ ଭଗବାନ ବୋଲି ଟୁଇଟ କରି କହିଛନ୍ତି ସୋନୁ ସୁଦ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦୁଇଦିନ ହେବ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି । ପଞ୍ଜାବ, ହରିଆଣା ଓ ଦେଶ ଉତ୍ତର ଭାଗରୁ ଚାଷୀମାନେ ରାଲି କରି ଦିଲ୍ଲୀରେ ପହଞ୍ଚି ଥିବା ବେଳେ ରାସ୍ତାରେ ପୁଲିସ ସେମାନଙ୍କ ଉପରେ ଦମନଲୀଳା କରିଥିଲା ।  ଶେ‌ଷରେ ଦିଲ୍ଲୀରେ ପ୍ରବେଶ ଲାଗି କୃଷକଙ୍କୁ ଅନୁମତି ମିଳିଛି ଏବଂ ସେମାନେ ଦିଲ୍ଲୀ-ହରିୟାଣା ସୀମା ନିକଟସ୍ଥ ନିରଙ୍କରୀ ପଡ଼ିଆରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିପାରିବେ ‌ବୋଲି କୁହାଯାଇଛି।

ଏହି ଆନ୍ଦୋଳନକୁ ବଲିଉଡର ଅନେକ କଳାକାର ସମର୍ଥନ ଜଣାଇଥିବା ବେଳେ ଜଣାଶୁଣା ସମାଜସେବୀ ତଥା ବଲିଉଡ କଳାକାର ମଧ୍ୟ ଟ୍ୱିଟ୍ ମାଧ୍ୟମରେ ଆଜି କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣାଶୁଣା ଅଭିନେତା ସୋନୁ ସୁଦ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ କୃଷକମାନେ ତାଙ୍କ ପାଇଁ ଭଗବାନ ବୋଲି ଟୁଇଟ କରି ଲେଖିଛନ୍ତି ।

Sonu Sood's jobs initiative Pravasi Rojgar gets Rs 250 cr funding

ସୋନୁ ସୁଦଙ୍କର ଏହି ଟ୍ୱିଟ୍ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଲୋକମାନେ ଶହ ଶହ ରି-ଟ୍ୱିଟ୍ ବି କରୁଛନ୍ତି । ସୋନୁ ସୁଦ୍ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିବା ସହିତ ସମସାମୟିକ ମୁଦ୍ଦାକୁ ନେଇ ବି ତାଙ୍କ ମତ ରଖୁଛନ୍ତି । କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଅନ୍ୟ କଳାକାରମାନଙ୍କ ଭିତରେ ଅଛନ୍ତି ତହସୀନ ପୁନାୱାଲା, ନିର୍ଦ୍ଦେଶକ ଓନିର ଓ ସ୍ୱରାଭାସ୍କର ।

ସୂଚନା ଥାଉ କି କୃଷକ ଆନ୍ଦୋଳନକୁ ରୋକିବା ପାଇଁ ଦିଲ୍ଲୀ ସହିତ ଯୋଡି ହୋଇଥିବା ସମସ୍ତ ରାଜ୍ୟର ସୀମାରେ ସୁରକ୍ଷାକର୍ମୀମାନେ ମହଜୁଦ୍ ଅଛନ୍ତି । ବିଭିନ୍ନ ଉପାୟରେ କୃଷକ ଆନ୍ଦୋଳନକୁ ପୁଲିସ ଦମନ କରିବାକୁ ଚାହୁଁଥିବା ବେଳେ କୃଷକମାନେ ବି ନ ଛୋଡବନ୍ଧା । ପୁଲିସ ସହିତ ସୀମାରେ ବି ରାତି ସାରା କୃଷକମାନେ ଏକତ୍ରିତ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପୁଲିସ ପକ୍ଷରୁ କୃଷକମାନଙ୍କ ଉପରେ ପାଣି ମାଡ, ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଉଥିଲେ ବି ସେମାନେ କୌଣସି ପରିସ୍ଥିତିରେ ଦିଲ୍ଲୀରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଥିଲେ। ଶେ‌ଷରେ ସେମାନଙ୍କୁ ନୂଆଦିଲ୍ଲୀକୁ ପ୍ରବେଶ ଲାଗି ଅନୁମତି ମିଳିଛି।

ସମ୍ବନ୍ଧିତ ଖବର