୧୩ ଜୁନ୍‌ର ପାର୍ଟି ସମ୍ପର୍କରେ ମୁହଁ ଖୋଲିଲେ ସୂରଜ ପାଞ୍ଚୋଲି, ମୁମ୍ବାଇ ଫ୍ଲାଟ୍‌କୁ ଫେରିଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ କରୁଛି। ଆରମ୍ଭରେ ଏହି ମାମଲାରେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୂରଜ ପାଞ୍ଚୋଲିଙ୍କ ନାମ ବି ସାମ୍ନାକୁ ଆସିଥିଲା। ବାରମ୍ବାର ନିଜ ନାମ ଏହି ମାମଲାରେ ଯୋଡ଼ି ହେଉଥିବା ଦେଖି ସୂରଜ ଚିନ୍ତାରେ ଥିଲେ। ସେ ସୋସିଆଲ ମିଡିଆରେ ବାରମ୍ବାର କିଛି ପୋଷ୍ଟ କରି ଏହି ମାମଲାରେ ନିଜ ମତ ରଖୁଥିଲ। ସୁଶାନ୍ତ ଓ ତାଙ୍କର ପୂର୍ବତନ ମ୍ୟାନେଜର୍‌ ଦିଶା ସାଲିୟାନଙ୍କ କେସ୍‌ ବାବଦରେ ନିଜର ମତ ରଖିଛନ୍ତି ସୂରଜ।

Filmy One

ସୂରଜ କହିଛନ୍ତି, ୧୩ ଜୁନ୍‌ରେ ତାଙ୍କ ଘରେ କୌଣସି ପାର୍ଟି ହୋଇ ନଥିଲା କି ସେ କୌଣସି ପାର୍ଟିରେ ସାମିଲ୍ ହୋଇନଥିଲେ। ୧୩ ଜୁନ୍‌ରେ ସେ ନିଜ ଘରେ ହିଁ ଥିଲେ। ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚା କେବଳ ଗୁଜବ ବୋଲି ସେ କହିଛନ୍ତି। ହ୍ବାଟ୍‌ସଆପ୍‌ ମେସେଜ୍‌କୁ ଦେଖି ଯେଉଁମାନେ ମୋ ନାମ ଏ ମାମଲାକୁ ଟାଣୁଛନ୍ତି, ତା’ର କୌଣସି ମାନେ ନାହିଁ। ବିଜେପି ନେତା ନାରାୟଣ ରାଣେ କେଉଁ ଆଧାରରେ ମୋ ଉପରେ ଆରୋପ ଲଗାଉଛନ୍ତି, ତା’ର ଜବାବ ରଖନ୍ତୁ ବୋଲି ସେ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ମୋ’ର କୌଣସି ପେଣ୍ଟ୍‌ ହାଉସ୍‌ ନାହିଁ କି ସେଠାରେ କୌଣସି ପାର୍ଟି ହୋଇନାହିଁ ଏବଂ ସେଥିରେ ସୁଶାନ୍ତ କି ଦିଶା ଯୋଗ ଦେଇ ନଥିଲେ।

ତେଣେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଅଡ଼ୁଆ ବଢ଼ି ଚାଲିଛି। ପ୍ରବର୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ପଚରାଉଚରା ପାଇଁ ଡାକିବା ପରେ ମୁମ୍ବାଇ ଫ୍ଲାଟ୍‌କୁ ଫେରିଛନ୍ତି ରିୟା। ଏହା ପୂର୍ବରୁ ଖବର ଆସିଥିଲା ଯେ ରିୟା ମୁମ୍ବାଇସ୍ଥିତ ଫ୍ଲାଟ୍‌ ଛାଡ଼ି ନିଜ ପରିବାର ସହ ଫେରାର୍‌ ହୋଇଯାଇଛନ୍ତି। କୁହାଯାଉଛି ଯେ ରିୟା କିଛି ଦିନ ହେବ କୌଣସି ଗୁପ୍ତ ଜାଗାରେ ରହୁଥିଲେ। ତେବେ ଇଡିର ନିର୍ଦେଶ ପରେ ସେ ନିଜ ଫ୍ଲାଟ୍‌କୁ ଫେରିଛନ୍ତି। ରିୟା ଅଗଷ୍ଟ ୭ରେ ମୁମ୍ବାଇରେ ଇଡି ସମ୍ମୁଖରେ ହାଜର ହେବେ। ବିହାର ପୁଲିସ୍‌ର ତଦନ୍ତ ଆଧାରରେ ରିୟା ଓ ତାଙ୍କର ସହଯୋଗୀଙ୍କୁ ଟଙ୍କା କାରବାର ଉପରେ ଇଡି ପଚରାଉଚରା କରିବ। ନିକଟରେ ସୁଶାନ୍ତଙ୍କ ଘର ମ୍ୟାନେଜର୍‌ ସୈମୁଅଲ ମିରାଣ୍ଡାଙ୍କୁ ବି ଇଡି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେର୍‌ଫେର୍‌ ନେଇ ଇଡି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର