ମୁମ୍ବାଇ : ବଲିଉଡ୍ ଅଭିନେତା ସୁରଜ ପାଞ୍ଚୋଲି ନିଜ ଫିଲ୍ମ ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଖାସ୍ କରି ଜିୟା ଖାନ୍ଙ୍କୁ ନେଇ ସେ ବିବାଦରେ ଛନ୍ଦି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସେହି ମାମଲାର କୌଣସି ସମାଧାନ ହୋଇପାରି ନାହିଁ । ତେବେ ଏହି ବିଷୟ ଉପରେ ଲୋକେ ଖୁବ୍ କମ ଆଲୋଚନା କରୁଥିବା ବେଳେ ସୁରଜ ପାଞ୍ଚୋଲି ପୁଣି ନିଜ ବୟାନ ଦ୍ୱାରା ଚର୍ଚ୍ଚାକୁ ବଢ଼ାଇଛନ୍ତି ।
amarujala.comଏକ ସାକ୍ଷାତକାରରେ ଯୋଗ ଦେଇ ସେ କହିଛନ୍ତି କି, ଘଟଣା ଘଟିବା ଦିନଠାରୁ ଏବେ ପର୍ଯ୍ୟନ୍ତ ମିଡିଆରେ ଯାହା ସବୁ ମୋ ବିଷୟରେ ଲେଖାଯାଇଛି, ତାହା ୫ପ୍ରତିଶତ ମଧ୍ୟ ସତ ନୁହେଁ । ମିଡିଆକୁ କେବଳ ଗୋଟେ ପକ୍ଷର କଥା ଜଣାଥିଲା । ସେମାନେ କେବେ ହେଲେ ମୋ ପକ୍ଷ ଜାଣିବାକୁ ଚାହିଁ ନ ଥିଲେ । କାରଣ ମୁଁ କେବେ ହେଲେ ଲୋକଙ୍କ ସହାନୁଭୂତି ପାଇବାର ଆଶା ରଖି ନଥିଲି । ମୁଁ ଚାହୁଁଛି ସତ ସମସ୍ତଙ୍କ ସାମ୍ନାକୁ ଆସୁ ଏବଂ ଏହି କାମ ମିଡିଆ କରି ପାରିବ ନାହିଁ । ମୋତେ କେବଳ ଅଦାଲତ ହିଁ ନ୍ୟାୟ ଦେଇ ପାରିବ ଏବଂ ମୁଁ ଏବେ ଅଦାଲତର ନିଷ୍ପତ୍ତିକୁ ଅପେକ୍ଷା କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/-4.jpg)