ନୂଆଦିଲ୍ଲୀ: ପୂର୍ବରୁ ଆମେ ଅନେକ ବଲିଉଡ ତାରକାମାନଙ୍କ ହମ୍ସକଲ୍ ବା ଏକାପରି ଦିଶୁଥିବା ଚେହେରା ଦେଖିଛେ। ସୋସିଆଲ ମିଡିଆରେ ମଧ୍ୟ ଏହିପରି ଅନେକ ଲୋକଙ୍କ ଭିଡିଓ ବହୁତ ମାତ୍ରାରେ ଦେଖିବାକୁ ମିଳେ।
ଶାହରୁଖ ଖାନଙ୍କ ଠାରୁ ନେଇ ସଲମାନ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ହମ୍ସକଲ୍ମାନଙ୍କ ଭିିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହୁଏ। ନିକଟରେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ​​ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶମ’ର ହୀରା ଠାକୁରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ଦକ୍ଷିଣାଞ୍ଚଳ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ହମ୍ସକଲଙ୍କୁ ଦେଖିବାକୁ ମିଳିଛି।
View this post on Instagram
ସୌନ୍ଦର୍ଯ୍ୟାଙ୍କ ହମ୍ସକଲଙ୍କ ଭିଡିଓ ଭାଇରାଲ୍ ହେବା ପରେ ଲୋକ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। କେହି କେହି ତ ଅଭିନେତ୍ରୀଙ୍କ ପୁନର୍ଜନ୍ମ ହୋଇଛି ବୋଲି ଦାବି କରୁଛନ୍ତି। Chitra_jii2 ନାମକ ଏକ ଆକାଉଣ୍ଟ ଦ୍ୱାରା ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ମହିଳା ଜଣକ ଅବିକଳ ‘ସୂର୍ଯ୍ୟବଂଶମ’ ଅଭିନେତ୍ରୀଙ୍କ ପରି ଲାଗୁଛନ୍ତି।
ଏହି ଭିଡିଓରେ ୧.୫ ଲକ୍ଷରୁ ଅଧିକ ଲାଇକ୍ ଆସିଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ମୁଁ ସୌନ୍ଦର୍ଯ୍ୟା ମାଡାମଙ୍କର ଜଣେ ବଡ଼ ପ୍ରଶଂସକ, ମୁଁ ଆପଣଙ୍କ ସହ ସହମତ ଯେ ଆପଣ ତାଙ୍କ ପରି ଦେଖାଯାଉଛନ୍ତି, କିନ୍ତୁ ତାଙ୍କ ସହିତ ତୁଳନା କରନ୍ତୁ ନାହିଁ। ସେ ହେଉଛନ୍ତି ମାଉଣ୍ଟ ଏଭରେଷ୍ଟ।’’
ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘‘ଇଏ ସୌନ୍ଦର୍ଯ୍ୟା ନୁହଁନ୍ତି କି? ମୁଁ ବାସ୍ତବରେ ଦ୍ବନ୍ଦ୍ବରେ ପଡ଼ିଗଲି।’’ ତେବେ କେହି କେହି ଏଥିରେ ଅରାଜି ମଧ୍ୟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/242a7c2b-13fd-4087-a617-208c942525fe.jpg)