ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ବ୍ଲକ୍ବଷ୍ଟର୍ ସିନେମା ‘ସୂର୍ଯ୍ୟବଂଶମ୍’ ଯଦି ଆପଣ ଦେଖିଥିବେ ତ ସେଥିରେ ଥିବା ଗୌରୀ ଚରିତ୍ରକୁ ଆପଣ କେବେ ଭୁଲିପାରିବେ ନାହିଁ। ସେହି ଭୂମିକାକୁ ନିଭାଇଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ। ଯଦି ହିନ୍ଦୀ ସିନେମାରେ ତାଙ୍କୁ ବିଶେଷ ଦେଖିବାକୁ ମିଳିନାହିଁ, ମାତ୍ର ବଙ୍ଗାଳୀ ସିନେମା ବ୍ୟତୀତ ଓଡ଼ିଆ ସିନେମାରେ ତାଙ୍କୁ ଖୁବ୍ ଅଧିକ ଦେଖିବାକୁ ମିଳିଛି। ସେ ଥିଲେ ଏକଦା ଓଲିଉଡର ଟପ୍ ହିରୋଇନ୍।
ଏବେ ଅବଶ୍ୟ ତାଙ୍କୁ ଓଡ଼ିଆ ସିନେମାରେ ବିଶେଷ ଦେଖିବାକୁ ମିଳୁନାହିଁ, ମାତ୍ର ବଙ୍ଗଳା ମନୋରଞ୍ଜନ ଦୁନିଆରେ ସେ ଖୁବ୍ ସକ୍ରିୟ ଅଛନ୍ତି। ଅନେକ ଷ୍ଟେଜ୍ ସୋ’ରେ ତାଙ୍କୁ ହୋଷ୍ଟ୍ କରୁଥିବାର ଦେଖିବାକୁ ମିଳିଛି। ଏହା ଭିତରେ ରଚନାଙ୍କ ଲୁକ୍ ଢେର୍ ବଦଳି ଯାଇଛି।
ଆଗ ଅପେକ୍ଷା ସେ ଖୁବ୍ ଭିନ୍ନ ଦିଶୁଛନ୍ତି। ୧୯୯୯ ମସିହାରେ ଅମିତାଭ ବଚ୍ଚନଙ୍କ ବ୍ଲକ୍ବଷ୍ଟର୍ ସିନେମା ‘ସୂର୍ଯ୍ୟବଂଶୀମ୍’ରେ ଜଣେ ଅହଂକାରୀ ଝିଅର ଭୂମିକା ନିଭାଇଥିବା ରଚନା ମାତ୍ର କିଛିଟା ଦୃଶ୍ୟରେ ନଜର ଆସି ମଧ୍ୟ ସଭିଙ୍କ ହୃଦୟରେ ବସି ଯାଇଥିଲେ।
ଆଜି ମଧ୍ୟ ରଚନାଙ୍କୁ ଟିଭିର କିଛି ନା କିଛି ଚ୍ୟାନେଲ୍ରେ ନଜର ଆସୁଥିବାର ଦେଖିବାକୁ ମିଳେ। ଅଭିନୟ ସାଥେ ସାଥେ ରଚନା ବାଜାର୍ଜୀ ଏବେ ତ୍ବଚାର ଯତ୍ନ (ସ୍କିନ୍ କେୟାର୍) ଏବଂ ଶାଢ଼ି ବ୍ୟବସାୟରେ ବି ସକ୍ରିୟ ଅଛନ୍ତି । ଚରନା କ୍ରିଏସନ୍ ଏବଂ ରଚନା ସ୍କିନ୍ କେୟାର୍ ନାମରେ ତାଙ୍କର ଦୁଇଟି ବ୍ରାଣ୍ଡ୍ ଅଛି। ଫିଲ୍ମ ପରି ବାସ୍ତବ ଜୀବନରେ ମଧ୍ୟ ସେ ଖୁବ୍ ଗ୍ଲାମରସ୍। ତାଙ୍କୁ ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ ବ୍ୟତୀତ ତେଲୁଗୁ, ତାମିଲ ଏବଂ କନ୍ନଡ଼ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିଛି।