ରିଲିଜ ହେଲା ଫିଲ୍ମ ‘ଗୁଡ଼ନ୍ୟୁଜ’ର ୩ୟ ଗୀତ ‘ସୌଦା ଖରା ଖରା’

ମୁମ୍ବାଇ: ଅପକମିଂ କମେଡି ଡ୍ରାମା ଫିଲ୍ମ ‘ଗୁଡ଼ନ୍ୟୁଜ’ର ନୂଆ ଗୀତ ରିଲିଜ ହୋଇଛି । ଗୀତର ଶୀର୍ଷକ ରହିଛି ‘ସୌଦା ଖରା ଖରା’ । କିଆରା ଆଡବାଣୀଙ୍କ ଏଟ୍ରିଂ ସହ ଆରମ୍ଭ ହୋଇଛି ଗୀତ । ପରେ ନିଜ ଭିନ୍ନ ଅନ୍ଦାଜ ସହ ନଜର ଆସିଛନ୍ତି ପଂଜାବୀ କଳାକାର ତଥା କଣ୍ଠଶିଳ୍ପୀ ଦିଲଜିତ ଦୋସାଁଜ । ଏହି ଡ୍ୟାନ୍ସ ନମ୍ବରରେ ପଂଜାବୀ ବିଟ ସହ ହିନ୍ଦୀ ମୁ୍ୟଜିକ ସ୍ୱାଦ ରହିଛି । କେବଳ ଅଭିନୟ ନୁହେଁ ଏହି ଗୀତରେ ଶୁଣିବାକୁ ମିଳିଛି ସୁଖବୀର, ଧ୍ୱନି ଭାନୁଶାଳୀଙ୍କ ସହ ଦିଲଜିତଙ୍କ ଗାୟକୀ ।

photo-indiatoday

ଡିଜେ ଚେତାସ ଓ ସୁଖବୀର ଗୀତକୁ କମ୍ପୋଜ କରିଥିବାବେଳେ ଏହାକୁ ଲେଖିଛନ୍ତି କୁମାର । ଦିଲଜିତ,କିଆରାଙ୍କ ସହ ଗୀତର ଶେଷଭାଗରେ ଅଭିନେତା ଅକ୍ଷୟଙ୍କୁ ଦେଖିବାକୁ ମିଳିଥିବାବେଳେ ନଜର ଆସିନାହାନ୍ତି କରୀନା କପୁର ଖାନ । ଯିଏକି ଫିଲ୍ମରେ ଫିମେଲ ଲିଡରେ ଅଭିନୟ କରୁଛନ୍ତି । କନଫ୍ୟୁଜନ ଡ୍ରାମା କାହାଣୀକୁ ନେଇ ଗତିଶୀଳ ହେବ ‘ଗୁଡ଼ନ୍ୟୁଜ’ ।

ଫିଲ୍ମରେ ମିଷ୍ଟର ଆଣ୍ଡ ମିସେସ ବାତ୍ରା ରୋଲରେ ନଜର ଆସିଛନ୍ତି ଅକ୍ଷୟ କୁମାର ଓ କରୀନା କପୁର ଖାନ ଏବଂ ଦଲଜୀତ ଦୋସାଂଜ୍ ଓ କିଆରା ଆଡଭାନୀ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ଫନ କମେଡି ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ ମେହେତା । ଡିସେମ୍ବର ୨୭ରେ ପରଦାକୁ ଆସିବ ଫିଲ୍ମ ‘ଗୁଡ଼ନ୍ୟୁଜ’।

ସମ୍ବନ୍ଧିତ ଖବର