କାଟ୍ରିନା ଓ ଆଲିଆଙ୍କ ସଂପର୍କରେ କାହିଁକି ସୃଷ୍ଟିହେଲା ଫାଟ !

ବଲିଉଡ୍‍ର ଦୁଇ ହିଟ୍‌ ହିରୋଇନ୍‌ କାଟ୍ରିନା କୈଫ୍‌ ଓ ଆଲିଆ ଭଟ୍ଟଙ୍କ ଭିତରେ ଖୁବ୍‌ ଭଲ ଫ୍ରେଣ୍ଡ୍‌ସିପ୍‌ ଅଛି ବୋଲି ଅନେକ ସମୟରେ ଚର୍ଚ୍ଚା ହୁଏ। କିନ୍ତୁ ଏବେ ଖବର ମିଳଛି ଯେ ଉଭୟଙ୍କ ଭିତରେ ଆଉ ସେ ସୁସଂପର୍କ ନାହିଁ।

ବଲିଉଡ଼୍‍ରେ ଚର୍ଚ୍ଚା ହେଉଛି ଯେ କାଟ୍ରିନା ଓ ଆଲିଆଙ୍କ ଭିତରେ ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଏବେ ଆଲିଆ ରଣବୀର କପୁରଙ୍କ ସହିତ ଆୟାନ୍‌ ମୁଖାର୍ଜୀଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ବୁଲଗେରିଆରେ ଏହାର ସୁଟିଂ ଶେଷ କରି ମୁମ୍ବାଇରେ ଡ଼େରା ପକାଇଛି ଟିମ୍‌। ରଣବୀର୍‌ କପୁର୍‌ କିନ୍ତୁ ଲଣ୍ଡନରେ ଅଛନ୍ତି।

photo-indiatoday

ରଣବୀର କପୁରଙ୍କ ସହିତ ଆଲିଆଙ୍କ ଲିଙ୍କ୍‌-ଅପ୍‌କୁ ନେଇ ଚର୍ଚ୍ଚା ତ ଢ଼େର ଦିନ ହେବ ହେଉଛି। ଏହାକୁ ସହି ପାରୁନାହାନ୍ତି କାଟ୍ରିନା। କାରଣ ରଣବୀରଙ୍କ ସହିତ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ସେହି କଥାକୁ ସେ ଭୁଲି ପାରୁନାହାନ୍ତି।

ଏଣେ ତାଙ୍କର ଜଣେ ବେଷ୍ଟ୍‍ଫ୍ରେଣ୍ଡ୍‌ ଆଲିଆ ଭଟ୍ଟଙ୍କ ସହିତ ରଣବୀର କପୁର ଆଫେଆର୍‌ ରଖିଛନ୍ତି।ଏକଥା ଜାଣିବା ପରେ କାଟ୍ରିନା କୈଫ୍‌ ଆଲିଆଙ୍କ ଉପରେ ରାଗିଛନ୍ତି। କାଟ୍ରିନାଙ୍କର ଜଣେ ସାଙ୍ଗ କହିଛନ୍ତି ଯେ,‘ବ୍ରହ୍ମାସ୍ତ୍ର’ର ସୁଟିଂ ସମୟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଭିତରେ ଅନ୍ତରଙ୍ଗ ସଂପର୍କ ବଢ଼ିଯାଇଛି।।ରଣବୀର କପୁର କାଟ୍ରିନା ଓ ମାହିରା ଖାନ୍‌ଙ୍କ ପରେ ଏବେ ଆଲିଆଙ୍କୁ ନିଜ ପାଲରେ ପକାଇଛନ୍ତି। ତେଣେ ଆଲିଆ ଭଟ୍ଟ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ବ୍ରେକ୍‌ଅପ୍‌ ପରେ ରଣବୀରଙ୍କୁ ଡ଼େଟ୍‌ କରୁଛନ୍ତି। ନିକଟରେ ବିଶିଷ୍ଟ ଶିଳ୍ପପତି ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ଏନ୍‌ଗେଜ୍‌ମେଣ୍ଟ୍‌ ପାର୍ଟିରେ କାଟ୍ରିନାଙ୍କୁ ଦୁଃଖ ମନରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର