ନିର୍ବାଚନୀ ରାଲି ସମୟରେ ନିଜ ସମର୍ଥକମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସାଉଥ୍‌ ଷ୍ଟାର ବାଲାକୃଷ୍ଣ

ନୂଆଦିଲ୍ଲୀ: ନିଜ କାର୍ଯ୍ୟକଳାପକୁ ନେଇ ସବୁ ବେଳେ ବିବାଦରେ ରହୁଥିବା ସାଉଥ୍‌ ଷ୍ଟାର ତଥା ଟିଡିପି ବିଧାୟକ ନନ୍ଦମୁରୀ ବାଲାକୃଷ୍ଣ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି । ୨୦୧୯ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ସେ ପୁଣି ଥରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ୁଥିବା ବେଳେ ନିଜର ସମର୍ଥକଙ୍କୁ ମାଡ଼ ମାରିବା ଘଟଣା ତାଙ୍କୁ ବିବାଦକୁ ଟାଣି ଆଣିଛି । ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ସେ ନିଜ ସମର୍ଥକଙ୍କ ମାଡ଼ ମାରୁଥିବା ଦେଖା ଯାଇଛି ।

ସୂଚନା ମୁତାବକ, ହିନ୍ଦୁପୁର ବିଧାନସଭା ଆସନ ପାଇଁ ଲଢ଼ୁଥିବା ନନ୍ଦମୁରୀ ବାଲାକୃଷ୍ଣ ବିଜୟନଗରମ୍‌ ଜିଲ୍ଲାରେ ନିର୍ବାଚନୀ ରାଲିରେ ଭାଗ ନେଇଥିଲେ । ଏ ସମୟରେ ନନ୍ଦମୁରୀ ବାଲାକୃଷ୍ଣ କୌଣସି କଥା ପାଇଁ ରାଗିଯିବାରୁ ନିଜ କାର୍ଯ୍ୟକର୍ତ୍ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ୪୯ସେକେଣ୍ଡର ଭିଡିଓରେ ସେ ନିଜ କାର୍ଯ୍ୟକର୍ତ୍ତାଙ୍କୁ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ଲୋକେ ତାଙ୍କୁ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଭିଡିଓଟି ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଦଳ ପକ୍ଷରୁ ଟୁଇଟ୍‌ରରେ ସେୟାର ହେବା ପରେ ତାହା ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର