ମୁମ୍ବାଇ: ଆଜିକାଲି କାମ ସହିତ ନିଜକୁ ଫିଟ୍ ରଖିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ପରିବର୍ତ୍ତନଶୀଳ ସମୟ ଏବଂ କୋଭିଡ୍ ଆମକୁ ଶିଖାଇଛି ଯେ ଫିଟନେସ୍, ଡାଏଟ୍ ଏବଂ ବ୍ୟାୟାମ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ସେଇଭଳି ନିକଟରେ ଅଭିନେତ୍ରୀ ଅନସୂୟା ଭରଦ୍ୱାଜ ମଧ୍ୟ ଏହା ଉପରେ ନିଜର ମତ ଦେଇଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ କାମ କରିଛନ୍ତି। ତାଙ୍କର ଭଲ ପ୍ରଦର୍ଶନ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି।
ଅଭିନେତ୍ରୀ ଅନସୂୟା ଭରଦ୍ୱାଜ ଇନଷ୍ଟାଗ୍ରାମରେ ଏକ ଜିମ୍ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି। ସେ ପ୍ରଶଂସକମାନଙ୍କୁ ଫିଟନେସକୁ ପ୍ରାଥମିକତା ଦେବାକୁ ମଧ୍ୟ ପ୍ରେରଣା ଦେଇଛନ୍ତି। କହିଛନ୍ତି, "ପୂର୍ବରୁ ମୁଁ ଭାବୁଥିଲି, 'ଆମକୁ ଜିମ୍ ଯିବାର କ'ଣ ଆବଶ୍ୟକତା ଅଛି? ମୁଁ ଜନ୍ମରୁ ଫିଟ୍ ଅଛି। ମୁଁ ବେଳେବେଳେ ବ୍ୟାଡମିଣ୍ଟନ ଖେଳୁଥିଲି, କିନ୍ତୁ ନିୟମିତ ବ୍ୟାୟାମ କରୁ ନଥିଲି। ବ୍ୟାୟାମ ଆରମ୍ଭ କରିବାର ଦୁଇ ବର୍ଷ ପରେ, ମୁଁ କହିପାରିବି ଯେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।"
ଅନସୂୟା ଆହୁରି କହିଛନ୍ତି, ''ଯେତେବେଳେ ମୋତେ ୩୦ ବର୍ଷ ହେଲା ମୁଁ ମୋ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାକୁ ଲାଗିଲି। ସେତେବେଳେ ମୁଁ ଅନୁଭବ କଲି ଯେ, ଯଦି ମୁଁ ଏହି ଅଭ୍ୟାସଗୁଡ଼ିକ ପୂର୍ବରୁ ଆରମ୍ଭ କରିଥାଆନ୍ତି ତେବେ କେତେ ଭଲ ହୋଇଥାନ୍ତା।''
ଅନସୂୟା ପ୍ରଶଂସକମାନଙ୍କୁ ଅନୁପ୍ରାଣିତ କରି ଲେଖିଛନ୍ତି ଯେ, "ଝିଅମାନେ.. ଯେତେ ଶୀଘ୍ର ତୁମେ ଜିମ୍ ଯିବା ଆରମ୍ଭ କରିବ, ସେତେ ଭଲ। ତୁମକୁ ବହୁତ ସମୟ ଦେବାକୁ ପଡ଼ିବ ନାହିଁ। ଦିନକୁ କିଛି ସମୟ ହିଁ ଯଥେଷ୍ଟ। ଏହା ତୁମେ ତୁମର ପରିବାର ପାଇଁ କରୁନାହଁ ଏହା ନିଜ ପାଇଁ କରୁଛ। ତୁମର ସ୍ୱାସ୍ଥ୍ୟକୁ ଅଣଦେଖା କର ନାହିଁ। ଜିମ୍ ଯିବା ଏକ ବିଳାସପୂର୍ଣ୍ଣ କାମ ନୁହେଁ, ଏହା ଆବଶ୍ୟକ ଅଟେ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/04/18/ULvVkey42WinplxcyObc.jpg)