ଏହି କାରଣ ପାଇଁ ଶାହରୁଖ ଦକ୍ଷିଣୀ ଅଭିନେତ୍ରୀଙ୍କୁ ଦେଇଥିଲେ ୩୦୦ ଟଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ପ୍ରିୟାମଣି ବଲିଉଡ ପାଇଁ ବି କାମ କରିଛନ୍ତି। ଏହି ଅଭିନେତ୍ରୀ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ରେ ମନୋଜ ବାଜପେୟୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିବା ନଜର ଆସିଥିଲେ। ଏହି ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ସେଲିବ୍ରିଟିଙ୍କ ସହ କାମ କରିଛନ୍ତି, ସେଥିମଧ୍ୟରୁ ଶାହରୁଖ ଖାନ୍ ବି ଅଛନ୍ତି। ଚେନ୍ନାଇ ଏକ୍ସପ୍ରେସରେ ପ୍ରିୟାମଣି ଶାହାରୁଖ ଖାନଙ୍କ ସହ ଏକ ନୃତ୍ୟରେ ନଜର ଆସିଥିଲେ।

ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ ଡ୍ୟାନ୍ସ ନମ୍ବର ‘୧୨୩୪ ଗେଟ ଅନ ତ ଡ୍ୟାନ୍ସ’କୁ ନେଇ ନିଜର ଅନୁଭବ କିପରି ଥିଲା ପ୍ରିୟାମଣିଏକ ସାକ୍ଷାତକାରରେ କହିଛନ୍ତି। ସେଥିରେ ଅଭିନେତ୍ରୀ ଶାହରୁଖ ଖାନଙ୍କ ଠାରୁ ୩୦୦ ଟଙ୍କା ପାଇବା ବିଷୟରେ ଉଲ୍ଲେଖ କରିଛନ୍ତି।

ଚେନ୍ନାଇ ଏକ୍ସପ୍ରେସର ସୁଟିଂ ସମୟରେ ଶାହରୁଖ ଖାନ ଅଭିନେତ୍ରୀ ପ୍ରିୟାମଣିଙ୍କୁ ୩୦୦ଟଙ୍କା ଦେଇଥିଲେ। ଅଭିନେତ୍ରୀ କହିଛନ୍ତି ଯେ ଆମେ ଚେନ୍ନାଇ ଏକ୍ସପ୍ରେସ ପାଇଁ ପାଞ୍ଚରୁ ଅଧିକ ରାତି ହେବ ଏହି ଗୀତର ସୁଟିଂ କରିଥିଲୁ ଏବଂ ଏହା ଏକ ବଡ଼ ଅନୁଭୂତି ଥିଲା। ଶାହରୁଖ ଖାନଙ୍କ ବିଷୟରେ ପ୍ରିୟାମଣି କହିଛନ୍ତି, ‘ସେ ଜଣେ ଅତି ସୁନ୍ଦର ଅଭିନେତା ଏବଂ ସୁଟିଂ ସମୟରେ ସମସ୍ତେ ତାଙ୍କ ସହ ସାଙ୍ଗ ଭଳି କାମ କରି ଥାଆନ୍ତି।

ସୁଟିଂ ଆରମ୍ଭ ହେବାଦିନରୁ ନେଇ ଶେଷ ହେବା ପର୍ଯ୍ୟନ୍ତ ଆମେ ଖୁବ ମଜାମସ୍ତି କରିଛୁ। କେବଳ ଏତିକି ନୁହେଁ, ଆମେ ସମୟ ସମୟରେ ତାଙ୍କ ଆଇପ୍ୟାଡରେ କୌନ ବନେଗା କୋରଡପତିର ଖେଳ ଖେଳୁଥିଲୁ। ମୁଁ ସେଥିରେ ଜିତି ଯିବା ପରେ  ଶାହାରୁଖ ଖାନ ମୋତେ ୩୦୦ ଟଙ୍କା ଉପହାର ଦେଇଥିଲେ। ସେହି ୩୦୦ଟଙ୍କା ଏବେ ବି ମୋ ପର୍ସରେ ଅଛି।

 

ସମ୍ବନ୍ଧିତ ଖବର