ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆଲିବାଗ୍ରେ ରବିବାର ଦିନ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବଲିଉଡ୍ ଅଭିନେତା ବରୁଣ ଧାଓ୍ଵନ ବାନ୍ଧବୀ ଫେସନ୍ ଡିଜାଇନର୍ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି।
ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ ହୋଇଥିବା ନବଦମ୍ପତିଙ୍କ ବିବାହ ସମୟର ପ୍ରଥମ ଫଟୋର ପରିଚୟୋକ୍ତିରେ ବରୁଣ ଲେଖିଛନ୍ତି, ଦୀର୍ଘ ଦିନର ପ୍ରେମ କେବଳ ସାମାଜିକ ସ୍ୱୀକୃତି ପାଇଲା।
ଏହାପରେ ବରୁଣଙ୍କ ପାଖକୁ ବିବାହ ପାଇଁ ଅନେକ ଶୁଭେଚ୍ଛା ବାର୍ତ୍ତା ଛୁଟି ଆସିଛି। ଏହି କ୍ରମରେ ସାଉଥ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥ ବି ବରୁଣ ଓ ନତାଶାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ତାଙ୍କର ଶୁଭେଚ୍ଛା ଜଣାଇବା ଶୈଳୀ ଟିକେ ଭିନ୍ନ ରହିଥିଲା।
ଶ୍ରଦ୍ଧା ବରୁଣ ଓ ନତାଶାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଥିଲେ, ଏହି କଥାକୁ ନେଇ ଦୁଃଖ ଯେ ଆମେ ଏବେ ତାଙ୍କୁ ସ୍କ୍ରିନରେ ଦ୍ବିତୀୟ ଥର ଦେଖି ପାରିବା ନାହିଁ। ଏବେ ବରୁଣଙ୍କ ଶ୍ବଶୁର ଘର ଲୋକ ତାଙ୍କୁ ଅଲଗା ହିରୋଇନଙ୍କ ସହିତ କାମ କରିବା ଦେଖି ପାରିବେ ନାହିଁ। ସେ ଏବେ ପୁରୁଷ ପ୍ରାଧାନ୍ୟ ସିନେମା କରିବେ। କିନ୍ତୁ ସେ କେମିତି ନିଜ ବ୍ୟକ୍ତିଗତ ଓ ପୋଷାଗତ ଜୀବନରେ ଭାରସାମ୍ୟ ରକ୍ଷା କରି ପାରିବେ। କଷ୍ଟକର.. ତାଙ୍କୁ ମନେ ପକାଇବୁ। ଏସବୁ ପରେ ବି ଶୁଭେଚ୍ଛା ବରୁଣ...’।