ବଲିଉଡ କଳାକାରଙ୍କୁ ପଛରେ ପକାଇ ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସବୁଠୁ ମହଙ୍ଗା ଫିଲ୍ମ ଇଣ୍ଡଷ୍ଟ୍ରି ଭାବେ ବିବେଚନା କରାଯାଏ। ବେଳେ ବେଳେ ଫିଲ୍ମର ବଜେଟଠାରୁ ଢ଼େର ଅଧିକ ପାରିଶ୍ରମିକ ନିଅନ୍ତି ବଲିଉଡ ଷ୍ଟାର। ହେଲେ ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ଏବେ ଜଣେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଛନ୍ତି। ବଲିଉଡର ୩ଜଣ ଖାନ୍ ଓ ବାହୁବଲୀ ପ୍ରଭାସଙ୍କୁ ପଛରେ ପକାଇଛନ୍ତି ୪୮ବର୍ଷୀୟ ତାମିଲ ସୁପରଷ୍ଟାର ଥଲପତି ବିଜୟ।

ଥଲପତି ବିଜୟ ଏପର୍ଯ୍ୟନ୍ତ ୬୬ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିସାରିଛନ୍ତି। ବିଜୟ ଏବେ ନିଜର ଆଗାମୀ ଫିଲ୍ମ ‘ଲିୟୋ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଏଥିରେ ତାଙ୍କ ସହ ନଜର ଆସିବେ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ। ‘ଲିୟୋ’ର ବଜେଟ ୩୦୦କୋଟି ଥିବା ବେଳେ ଅଭିନେତା ଏହି ଫିଲ୍ମ ପାଇଁ ୧୨୦କୋଟି ନେଉଥିବା ଜଣାପଡ଼ିଛି।

କିଛି ଦିନ ତଳେ ଥଲପତି ବିଜୟଙ୍କ ନିକଟ ସୂତ୍ରରୁ ଜଣାପଡ଼ିଥିଲା ‌ଯେ, ସେ ଚଳଚ୍ଚିତ୍ର ପାଇଁ ୧୨୦କୋଟିରୁ ଅଧିକ ଟଙ୍କା ପାରିଶ୍ରମିକ ନେବା ଆରମ୍ଭ କରିଛନ୍ତି। ଫିଲ୍ମ ବାରିସୁର ସଫଳତା ପରେ ସେ ତାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି। ତାଙ୍କ ଚଳଚ୍ଚିତ୍ରର ବକ୍ସ ଅଫିସ୍ ପ୍ରଦର୍ଶନ ଏବଂ ଡିଜିଟାଲ୍-ସାଟେଲାଇଟ୍ ରାଇଟ୍ସ ଧ୍ୟାନରେ ରଖି ନିର୍ମାତା ବିଜୟଙ୍କୁ ଫିଲ୍ମରେ ନେବା ପାଇଁ ବିପୁଳ ଟଙ୍କା ଦେବାକୁ ରାଜି ହେଉଛନ୍ତି। ଫିଲ୍ମର କାହାଣୀ ଯାହା ବି ଥାଉ, ବିଜୟଙ୍କ ଷ୍ଟାରଡମ ପାଇଁ ଏହା ସୁପରହିଟ ହେଉଥିବାରୁ  ଚଳଚ୍ଚିତ୍ର ନିର୍ମାତାମାନେ ତାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର