ଏବେ ବଲିଉଡରେ କେତେକ ସାଉଥ୍ ସିନେମାର ରିମେକ୍ ତିଆରି ହେଉଛି। ଆଗରୁ ବି ଏଭଳି ସିନେମା ରିଲିଜ୍ ହୋଇଛି। ୨୦୧୩ର ଏକ ବ୍ଲକ୍ବଷ୍ଟର୍ ସାଉଥ୍ ସିନେମା ହେଲା ‘କ୍ରିକ୍ ପାର୍ଟି’ । ଏହା ଏକ କନ୍ନଡ଼ ଭାଷାର ସିନେମା। ରିଉଷ ସେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ୍ କମେଡ଼ିରେ ରକ୍ଷିତା ସେଟ୍ଟି ଓ ରଶ୍ମିକା ମନ୍ଦନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଏହାର ହିନ୍ଦୀ ରିମେକ୍ ହେଉଥିବା ଜଣାଯାଉଛି। ଆଉ ଏକ ବଡ଼ କଥା ହେଲା ଯେ,‘କ୍ରିକ୍ପାର୍ଟି’ର ହିନ୍ଦୀ ରିମେକ୍ରେ ସିଦ୍ଧାର୍ଥ ମାଲହୋତ୍ରା ନାୟକ ଭୂମିକାରେ ଅଭିନୟ କରିବେ।
ଏବେ ଏକ ସାଉଥ୍ର ସୁପର୍ହିଟ୍ ଫିଲ୍ମର ରିମେକ ପ୍ରସ୍ତୁତ ହେବାକୁ ଯାଉଛି। ଏହା ହେଲା ବିକ୍ରମ ବେଦା।ଏହାର କାହାଣୀ ପୁଲିସ ଓ ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ପ୍ରସ୍ତୁତ। ଏହି ଫିଲ୍ମକୁ ଉଭୟ ଦର୍ଶକ ଓ ମାଧବନ୍ ପ୍ରଶଂସା କରିଥିଲେ। ଏଥିରେ ଅଭିନେତା ଆର୍ ମାଧବନ୍ ଓ ବିଜୟ ସେତୁପତି ଅଭିନୟ କରିଥିଲେ ଲିଡ଼୍ ରୋଲ୍ରେ। ଏଇ ନିକଟରେ ଆର୍.ମାଧବାନ୍ କହିଛନ୍ତି ଯେ ‘ବିକ୍ରମ ବେଦା’ର ହିନ୍ଦୀ ରିମେକ୍ ନିର୍ମିତ ହେଉଛି।

ଠିକ୍ ସେହିପରି ବଲିଉଡ଼୍ର ନାମୀ-ଦାମୀ ଅଭିନେତା ରଣବୀର ସିଂଙ୍କୁ ଦର୍ଶର୍କ ଚଳିତ ବର୍ଷ ଶେଷରେ ‘ଶିମ୍ବା’ଟାଇଟଲରେ ନିର୍ମିତ ଏକ ହିନ୍ଦୀ ସିନେମାରେ ଦେଖିବାକୁ ପାଇବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରୋହିତ ସେଟ୍ଟି। ଏହା ବି ଏନ୍ଟିଆର୍ ଜୁନିଅରଙ୍କ ଅଭିନୀତ ବ୍ଲକ୍ବଷ୍ଟର ତେଲୁଗୁ ଫିଲ ୍ମ‘ଟେଂପର୍’ର ରିମେକ୍। ଆକସନ୍ ଓ କମେଡ଼ିରେ ଭରପୂରଏହି ସିନେମା ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହରେ ରିଲିଜ୍ ହେବ ବୋଲି ଘୋଷିତ ହୋଇଛି।