ଚେନ୍ନାଇ: କନ୍ନଡ ସିନେମାର ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ରାଘବେନ୍ଦ୍ରଙ୍କର ବ୍ୟାଙ୍କକର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଭଳି ଦୁଃଖ ସମୟରେ ବିଜୟଙ୍କ ସମସ୍ତ ବନ୍ଧୁ ଏବଂ ସେଲିବ୍ରିଟିମାନେ ଅଭିନେତା ଏବଂ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଉଛନ୍ତି।

Advertisment

ପ୍ରକାଶିତ ରିପୋର୍ଟ ମୁତାବକ, ସ୍ପନ୍ଦନା ହୃଦଘାତର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସ୍ପନ୍ଦନାଙ୍କ ଲୋ ବ୍ଲଡ ପ୍ରେସର ରହିଥିଲା। ଏନେଇ ସେ ଔଷଧ ବି ସେବନ କରୁଥି‌ଲେ। ଲୋ ବ୍ଲଡ ପ୍ରେସର କାରଣରୁ ସ୍ପନ୍ଦନାଙ୍କୁ ହୃଦଘାତ ହୋଇଥିବା ଅନୁମାନ କରାଯାଉଛି।

ସୂଚନାନୁସାରେ, ସ୍ପନ୍ଦନା ପରିବାର ସହିତ ଛୁଟି ପାଇଁ ବ୍ୟାଙ୍କକକୁ ଯାଇଥିଲେ। ସେଠାରେ ସେ ପରିବାର ସହିତ ଖୁବ ମଜା କରୁଥିଲେ। ଖାଇବାକୁ ଆସିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପ‌‌ରେ ସ୍ପନ୍ଦନାଙ୍କୁ ପରିବାରଲୋକ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ସ୍ପନ୍ଦନାଙ୍କୁ ମୃତଘୋଷଣା କରିଥିଲେ। ଏହି ଖବର ଶୁଣିବା ପରେ ସ୍ବାମୀ ବିଜୟ ଓ ତାଙ୍କ ପୁଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କେମିତି ନିଜକୁ ସମ୍ଭାଳିବେ ପୁଅକୁ କିପରି ଧୌର୍ଯ୍ୟ ଧରିବାକୁ କହିବେ କିଛି ବୁଝି ପାରୁ ନାହାନ୍ତି।

ସ୍ପନ୍ଦନଙ୍କର ମୃତଦେହ ଅଗଷ୍ଟ ୮ରେ ବେଙ୍ଗାଲୁରୁରେ ପହଞ୍ଚିବ। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି କୁହାଯାଉଛି। ହଠାତ ସ୍ପନ୍ଦନଙ୍କ ଏଭଳି ମୃତ୍ୟୁକୁ କେହି ବିଶ୍ବାସ କରି ପ‌ାରୁ ନାହାନ୍ତି। କନ୍ନଡ ସିନେମାର ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀ ସ୍ପନ୍ଦନା ଖୁବ ସ୍ନେହୀ ମଣିଷଟେ ଥିଲେ ବୋଲି ତାଙ୍କ ସମ୍ପର୍କୀୟମାନେ କହିଛନ୍ତି।