ମୁମ୍ବାଇ: ଶାହରୁଖ ଖାନ ନିଜେ ଏକ ବ୍ରାଣ୍ଡ ବୋଲି କୁହାଯାଇଥାଏ। କିଙ୍ଗ ଖାନ ଶାହରୁଖ ସିନେମା ଦୁନିଆରେ ସୁପରଷ୍ଟାର ରହିବା ସହିତ ବିଜ୍ଞାପନ ଦୁନିଆରେ ବି ତାଙ୍କର ଖୁବ ଚାହିଦା ରହିଛି। କୁହାଯାଏ ଶାହରୁଖ ‌ଯେଉଁ ସାମଗ୍ରୀକୁ ସ୍ପର୍ଶ କରି ଦିଅନ୍ତି ତାହା ଖୁବଶୀଘ୍ର ବିକ୍ରି ହୋଇଯାଇଥାଏ।

Advertisment

ଶାହରୁଖ ଖାନଙ୍କ ପୁଅ ଆର୍ଯନ ଖାନ ଗତ ରବିବାର ତାଙ୍କର ଦାମୀ କ୍ଲୋଦିଙ୍ଗ ବ୍ରାଣ୍ଡ  ‘ଦ ୟାଭୋଲ ଏକ୍ସ’ ଲଞ୍ଚ କରିଛନ୍ତି। ଏହି କମ୍ପାନିର ଚର୍ଚ୍ଚା ଚାରିଆଡେ ହେଉଛି।  ଆର୍ଯନଙ୍କ କମ୍ପାନିର ଅନେକ ପୋଷାକର ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଏହି କମ୍ପାନିର  ଶାହରୁଖଙ୍କ ଦସ୍ତଖତ ଥିବା ଜ୍ୟାକେଟ ବି ବିକ୍ରି ପାଇଁ ରଖା‌ଯାଇଥିଲା।  ଗୋଟିଏ ଦିନ ମଧ୍ୟରେ ଏହି ସ୍ବତନ୍ତ୍ର ଜ୍ୟାକେଟ ବିକ୍ରି ହୋଇଯାଇଥିଲା। ଏହି ଜ୍ୟାକେଟର ମୂଲ୍ୟ ୨ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।

ଇନଷ୍ଟାଗ୍ରାମରେ ଏହି ଜ୍ୟାକେଟର ଫଟୋ ସେୟାର କରାଯାଇଛି। ଉକ୍ତ ଜ୍ୟାକେଟକୁ ଶାହରୁଖ ନିଜେ ପିନ୍ଧିଥିବା ଦେଖିବାକୁ ମିଳୁଛି।

ଗ୍ରାହକମାନେ  ‘ଦ ୟାଭୋଲ ଏକ୍ସ’ ର ଅଫିସିଆଲ୍ ୱେବସାଇଟରେ ପ୍ରବେଶ କରିବା ଆରମ୍ଭ କରି ଦେଇଛନ୍ତି | ଏଠାରେ ଗ୍ରାହକମାନେ ପୋଷାକର ଅନେକ ସଂଗ୍ରହ ଦେଖିବାକୁ ପାଇବେ।  ୨ ଲକ୍ଷ ଟଙ୍କା ମୂଲ୍ୟର ଜ୍ୟାକେଟ ଠାରୁ ଆରମ୍ଭ କରି ଅନେକ ଟି-ସାର୍ଟ ଏବଂ ସାର୍ଟ ମଧ୍ୟ ଏଠାରେ ଉପଲବ୍ଧ ରହିଛି। ​​ଯଦିଓ ଏଗୁଡ଼ିକର ମୂଲ୍ୟ ବହୁତ ଅଧିକ ରହିଛି, କିନ୍ତୁ ଯଦି ବ୍ରାଣ୍ଡ ଶାହରୁଖ ତେବେ ଟଙ୍କା କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କିଛି ଗ୍ରାହକ ପ୍ରତିକ୍ରିୟା ‌ଦେଇଛନ୍ତି।