ଓଡ଼ିଆ ଝିଅଙ୍କ ଚମକ : ପ୍ରଥମ ଓଡିଆ ମହିଳା ଭାବେ କପିଲ ଶର୍ମା ସୋ’ରେ ଯୋଗ ଦେଲେ ଦୌଡ଼ରାଣୀ ଦୂତି ଚାନ୍ଦ

ମୁମ୍ବାଇ : ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା ଆଥଲେଟ୍‌ ଦୂତି ଚାନ୍ଦ । ପ୍ରଥମ ଓଡ଼ିଆ ମହିଳା ଭାବେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇଛନ୍ତି ଦୂତି ଚାନ୍ଦ । ଏହି ସୋ’ରେ ଦୂତିଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ହକି ଖେଳାଳୀ ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ।

ତେବେ ଏନେଇ ଦୂତି ଟୁଇଟ୍‌ କରି ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଓଡ଼ିଆ ଝିଅ ହିସାବରେ କପିଲ ଶର୍ମା ସୋ’ରେ ପାଦ ଥାପିଥିବାରୁ ସେ ବହୁତ ଖୁସି ଅଛନ୍ତି । ଏଭଳି ଏକ ନିଆରା ସୋ’କୁ ନିମନ୍ତ୍ରଣ କରିଥିବାରୁ ସେ କପିଲ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ପ୍ରଥମ ଓଡିଆ ମହିଳା ଭାବେ ଦୂତି କପିଲ ଶର୍ମା ସୋ’ରେ ସାମିଲ ହୋଇଥିବାରୁ ତାଙ୍କୁ ନେଇ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର