ମୁମ୍ବାଇ: ଫିଲ୍ମ‘ସ୍ତ୍ରୀ’ର ଜବରଦସ୍ତ ସଫଳତା ପରେ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍ ସାଇନା ନେହଓ୍ଵାଲଙ୍କ ବାୟୋପିକ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ କିଛି ଦିନ ତଳେ ଆଉଟ୍ ହୋଇଛି। କିନ୍ତୁ ଏବେ ଏକ ସପ୍ତାହ ପାଇଁ ଫିଲ୍ମର ସୁଟିଂ ବନ୍ଦ ରଖାଯାଇଛି। ଏହାର ମୂଳରେ ବି ଅଛନ୍ତି ଫିଲ୍ମର ନାୟିକା ଶ୍ରଦ୍ଧା କପୁର।
ପ୍ରକୃତରେ ଶ୍ରଦ୍ଧା କପୁରଙ୍କ ଦେହ ଖରାପ ଥିଲା ବୋଲି ଶୁଣିବାକୁ ମିଳିଥିଲା। ସେ ନିଜର ଚେକ୍ଅପ୍ କରାଇବା ବେଳେ ଜଣାପଡ଼ିଲା ଯେ ଶ୍ରଦ୍ଧା ଡେଙ୍ଗୁରେ ପୀଡ଼ିତା। ପ୍ରାପ୍ତ ସୂଚନା ଅନୁଯାୟୀ ଶ୍ରଦ୍ଧା ଏବେ ସଂପୂର୍ଣ୍ଣ ବିଶ୍ରାମ ନେଇଛନ୍ତି। ଏଣେ ନିର୍ଦ୍ଦେଶକ ସାଇନାଙ୍କ ପିଲାଦିନର ଦୃଶ୍ୟଗୁଡ଼ିକୁ ଶିଶୁକଳାକାରମାନଙ୍କୁ ନେଇ ସୁଟ୍ କରୁଥିବାର ଖବର ମିଳୁଛି।
ଭୂଷଣ କୁମାରଙ୍କ ପ୍ରଯୋଜିତ ତଥା ଅମୋଲ ଗୁପ୍ତେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଶ୍ରଦ୍ଧା କପୁର ଖୁବ୍ ପରିଶ୍ରମ କରୁଥିବାର ଜଣାଯାଇଛି। ନିକଟରେ ଶ୍ରଦ୍ଧାଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ବତ୍ତିଗୁଲ ମିଟର ଚାଲୁ’ରିଲିଜ୍ ହୋଇଥିଲା।