ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ସବୁଠାରୁ ବେଶି ଯଦି କିଏ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ଶ୍ରୀଦେବୀଙ୍କ ସହ ବିଗ୍ ବିଙ୍କ ଉତ୍ତମ ସଂପର୍କ ବିଷୟରେ ଯେକେହି ବି ଅନୁମାନ ଲଗାଇ ପାରନ୍ତି। କାହିଁକି ନା, ବିଗ୍ ବି ହେଉଛନ୍ତି ଜଣେ ଏମିତି ଏକମାତ୍ର ବ୍ୟକ୍ତି ଯିଏକି ଶ୍ରୀଦେବୀଙ୍କ ମୃତ୍ୟୁ ପୂର୍ବରୁ ସଙ୍କେତ ପାଇ ସାରିଥିଲେ। ସେ ତାଙ୍କ ଟୁଇଟର୍କୁ ନେଇ ବେଶ୍ ଚର୍ଚ୍ଚାରେ ମଧ୍ୟ ରହି ସାରିଛନ୍ତି। ‘କାହିଁକି କେଜାଣି ଆଜି ଭାରି ବିବ୍ରତ ଲାଗୁଛି’ ବୋଲି ବିଗ୍ ବି କରିଥିବା ଟୁଇଟ୍ ସାରା ଦେଶରେ ଚହଳ ସୃଷ୍ଟି କରଥିଲା। ଆଜି ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ଜଣ ଜଣ କରି କଳାକାରଙ୍କର ସୁଅ ଛୁଟିଥିବା ବେଳେ କେଉଁଠି ହଜି ଯାଇଛନ୍ତି ବିଗ୍ ବି ଅମିତାଭ। ତାହା ଏବେ ଲୋକ ମହଲରେ ବେଶ୍ ଚର୍ଚ୍ଚା ପାଲଟିଛି।
ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ଖବର ମୁତାବିକ, ଅମିତାଭ କୁଆଡ଼େ ଚାନ୍ଦ୍ନୀଙ୍କ ମୃତ୍ୟୁ ପରଠାରୁ ବେଶ୍ ଭାଙ୍ଗି ପଡ଼ିଛନ୍ତି। ସେ ସେଇ ଦିନଠାରୁ ନିଜ ଘର ବାହାରେ ବି ପାଦ ରଖିନାହାନ୍ତି। ଗତକାଲିଠାରୁ ସନ୍ଦେହ ରହିଥିଲା କି ବିଗ୍ ବି ହୁଏତ ଶ୍ରୀଦେବୀଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେବେ ନାହିଁ। ଆଜି ପତ୍ନୀ ଜୟା ବଚ୍ଚନ ପହଞ୍ଚି ସାରିବା ପରେ ବି ଅମିତାଭଙ୍କ ଅନୁପସ୍ଥିତି ସନ୍ଦେହକୁ ଦୃଢ଼ କରୁଛି। ଏବେ ଦେଖିବା ବାକି ରହିଲା ଯେ ନିଜର ଭାବପ୍ରବଣତା ଉପରେ ଆୟତ୍ତ ରଖି ବିଗ୍ ବି ଶ୍ରୀଦେବୀଙ୍କ ଶେଷ ଦର୍ଶନ ସକାଶେ ପହଞ୍ଚୁଛନ୍ତି କି ନାହିଁ।