ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଶ୍ରୀଜିତା ଦେ ତାଙ୍କ ପ୍ରେମିକଙ୍କୁ ଦୁଇଥର ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ଶ୍ରୀଜିତା ତାଙ୍କ ଦୀର୍ଘଦିନର ପ୍ରେମିକ ମାଇକେଲ ବ୍ଲୋହମ-ପେପଙ୍କୁ କିଛିଦିନ ତଳେ ଜର୍ମାନୀ ଚର୍ଚ୍ଚରେ ବିବାହ କରିଥିଲେ। ଏହି ବିବାହ ପରେ ସମ୍ପ୍ରତି ବଙ୍ଗାଳୀ ରୀତିନୀତି ଅନୁଯାୟୀ ଶ୍ରୀଜିତା ଦେ ମାଇକେଲ ବ୍ଲୋହମ-ପେପଙ୍କୁ ପୁଣି ବିବାହ କରିଛନ୍ତି। ଏହି ବିବାହ ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଅଧିକପଢ଼ନ୍ତୁ:ଏତେ କୋଟିର ମାଲିକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଅଶ୍ବିନ୍
ବିବାହ ପରର ଫଟୋ ସେୟାର କରିବା ପରେ ଶ୍ରୀଜିତା ଟ୍ରୋଲର ଶିକାର ହୋଇଛନ୍ତି। ଏହି ଫଟୋରେ ବଙ୍ଗାଳୀ ରୀତିନୀତି ଅନୁଯାୟୀ ବିବାହ ସମୟରେ ମାଇକେଲ ବ୍ଲୋହମ-ପେପ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକେ ଶ୍ରୀଜିତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।
ଟ୍ରୋଲର୍ସଙ୍କୁ ଜବାବ ଦେଇ ଶ୍ରୀଜିତା କହିଛନ୍ତି, ‘ଆମେ ମନ୍ଦିର ଗଲେ ଜୋତା ଖୋଲି ଯାଉଥିବା ବେଳେ ଚର୍ଚ୍ଚ ଭିତରୁ ଜୋତା ପିନ୍ଧି ଯାଇଥାଉ। ସେମିତି ଦେଖାଗଲେ ବଙ୍ଗାଳୀ ରୀତିନୀତି ଅନୁଯାୟୀ ସେରୱାନି ନୁହେଁ ବରଙ୍କୁ ଧୋତି ଓ ପାଇଜାମା ପିନ୍ଧିବାକୁ ହୋଇଥାଏ। ତେଣୁ ସଂସ୍କୃତି ଓ ଧର୍ମକୁ ମନରୁ ମାନିବାକୁ ହୋଇଥାଏ। ନା କି ଏହି ଜୋତା ଓ ପୋଷାକୁ ନେଇ...
ଅଧିକପଢ଼ନ୍ତୁ:ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ
ବଙ୍ଗାଳୀ ରୀତିନୀତି ବିବାହ ପରେ ଶ୍ରୀଜିତା କହିଛନ୍ତି, ଆମ ବିବାହ ବଙ୍ଗାଳୀ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଛି । ବଙ୍ଗାଳୀ ରୀତିନୀତିରେ ବିବାହ କରିବାର ସ୍ବପ୍ନ ମୋର ପିଲାଟି ଦିନରୁ ରହି ଆସିଛି। ଯାହାକି ଭଗବାନ ଓ ପରିବାରଲୋକଙ୍କ ଆର୍ଶୀବାଦରୁ ପୁରା ହୋଇପାରିଛି।
ଶ୍ରୀଜିତା ଏବଂ ମାଇକେଲ ଦୀର୍ଘଦିନରୁ ପରସ୍ପରକୁ ଡେଟ୍ କରୁଥିଲେ। ମାଇକେଲ ଜର୍ମାନୀରେ ଏକ ବରିଷ୍ଠ ପଦବୀରେ ରହି କାମ କରୁଛନ୍ତି ।