ମୁମ୍ବାଇ: ନିକଟ ଅତୀତରେ କିଛି ଇଭେଣ୍ଟରେ ଏବଂ ମୁମ୍ବାଇ ବିମାନବନ୍ଦରରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ ଅଭିନେତା ଶ୍ରୀନିବାସ ବେଲମକୋଣ୍ଡାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ 'ଛତ୍ରପତି' ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ଶ୍ରୀନିବାସ ରଶ୍ମିକାଙ୍କୁ ଡେଟ କରିବାର ଗୁଜବ ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ ସତ୍ୟ କ’ଣ ତାହା କହିଛନ୍ତି।

Advertisment

ସିଦ୍ଧାର୍ଥ କନ୍ନନଙ୍କ ଚାଟ୍ ସୋ’କୁ ଆସି ଶ୍ରୀନିବାସ ବେଲମକୋଣ୍ଡା କହିଛନ୍ତି, "ମୁଁ ଜାଣେ ନାହିଁ ଏହା କିପରି ଘଟିଲା, ମୁଁ ଭାବୁଛି ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ। କାରଣ ଆମେ କେବଳ ଭଲ ବନ୍ଧୁ ଏବଂ ବିମାନବନ୍ଦରରେ ଆମେ ପରସ୍ପରକୁ ସହ ହଠାତ୍ ଦେଖା ହୋଇଯାଇଥିଲୁ। ଆମେ ଦୁହେଁ ହାଇଦ୍ରାବାଦରେ ରହୁଛୁ ଏବଂ ଅନେକ ଥର ମୁମ୍ବାଇକୁ ଆସୁଛୁ। ତେଣୁ ବହୁତ ଥର ତାଙ୍କ ସହିତ ମୋର ଦେଖାହୁଏ। ଥରେ କିମ୍ବା ଦୁଇଥର ସାମ୍ବାଦିକମାନେ ଆମକୁ ବିମାନବନ୍ଦରରୁ ବାହାରକୁ ଆସିଥିବାର ଦେଖିଛନ୍ତି। ଏହା ପରଠାରୁ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି। ସେଭଳି କିଛି ଆମ ଭିତରେ ନାହିଁ।

ତେବେ ରଶ୍ମିକାଙ୍କ ଜନ୍ମଦିନରେ ବିଜୟ ତାଙ୍କୁ ଶୁଭେଚ୍ଛ‌ା ଜଣାଇନଥିଲେ। ଟ୍ବିଟର କି ଇନଷ୍ଟାରେ ରଶ୍ମିକାଙ୍କୁ ନେଇ ବିଜୟ କୌଣସି ପୋଷ୍ଟ କରିନଥିଲେ। ଏହି କାରଣରୁ ଦୁହେଁ ବ୍ରେକଅପ କରିଥିବା ଚର୍ଚ୍ଚା ହୋଇଥିଲା। ଏମଧ୍ୟରେ ରଶ୍ମିକା ଶ୍ରୀନିବାସଙ୍କ ସହ ନଜର ଆସିବାରୁ ସେ ତାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।