ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଶ୍ରୀସନ୍ଥ! ପତ୍ନୀ ଆସିବା ପରେ ବଦଳିଥିଲା ଭାବନା,ଶ୍ରୀସନ୍ଥ ଜେଲ୍‌ରେ ଥିବା ବେଳେ ରୋଷେଇ ଘରେ ଶୋଉଥିଲେ ପତ୍ନୀ

ନୂଆଦିଲ୍ଲୀ : ପୂର୍ବ କ୍ରିକେଟର ଶ୍ରୀସନ୍ଥ ଏବେ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ବିଗ୍‌ ବସ୍‌ରେ ଯୋଗ ଦେବା ପରେ ତାଙ୍କୁ ନେଇ ଅନେକ ବ୍ୟକ୍ତିଗତ ରାଜ୍‌ର ଖୁଲାସା ହୋଇଛି । ତାଙ୍କ ପେସାଦାର ଜୀବନ ଖୋଲା ବହି ହୋଇଥିବା ବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ କେବେ ହେଲେ କିଛି କୁହନ୍ତି ନାହିଁ । କିନ୍ତୁ ପ୍ରଥମ ଥର ପାଇଁ ସେ ବିଗ୍‌ ବସ୍‌ରେ ଯୋଗ ଦେଇ ତାଙ୍କ ଜୀବନରେ ତାଙ୍କ ସ୍ତ୍ରୀ ଭୁବନେଶ୍ୱରୀଙ୍କ ଗୁରୁତ୍ୱ କେତେ ତାହା ଜଣାଇଛନ୍ତି ।

ତାଙ୍କ କହିବା ଅନୁଯାୟୀ, ସେପ୍ଟେମ୍ବର ୨୦୧୩ରେ ସ୍ପଟ୍‌ ଫିକ୍ସିଙ୍ଗକୁ ନେଇ ତାଙ୍କୁ କ୍ରିକେଟ୍‌ରୁ ଆଜୀବନ ବାସନ୍ଦ କରାଯାଇଥିଲା । ଯାହା ପରେ ସେ ଆଉ କ୍ରିକେଟ ଖେଳି ପାରିବେ ନାହିଁ ବୋଲି ଭାବି ଚିନ୍ତିତ ହୋଇ ଯାଇଥିଲେ । ବିବାହର ଦିନ ପାଖରେ ଥିବାରୁ ସେ ବିବାହ କରିବେ କି ନାହିଁ ବୋଲି ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ । ଏତେ ସବୁ ମଧ୍ୟରେ ତାଙ୍କ ପରେ ଘର ସମ୍ଭାଳିବାକୁ ମାତା-ପିତାଙ୍କର ଆଉ ୩ ପୁଅ ଅଛନ୍ତି ବୋଲି ଭାବି ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । କିନ୍ତୁ ଏ ସମୟରେ ତାଙ୍କର ସାହାସ ବଢ଼ାଇଥିଲେ ତାଙ୍କ ପ୍ରେମିକା ଭୁବନେଶ୍ୱରୀ । ସବୁ ଜାଣି ସେ ବିବାହ କରିବା ପାଇଁ ହଁ ଭରିବା ପରେ ତାଙ୍କ ପାଇଁ ଶ୍ରୀସନ୍ଥ ନିଜ ମନରୁ ଆତ୍ମହତ୍ୟାର ଭାବନାକୁ ଦୂର କରିଥିଲେ । ବିବାହ ପରେ ଶ୍ରୀସନ୍ଥଙ୍କୁ ଜେଲ୍‌ ଯିବାକୁ ପଡ଼ିଥିବା ବେଳେ ସ୍ୱାମୀଙ୍କ ଦୁଃଖ ଅନୁଭବ କରିବା ପାଇଁ ଭୁବନେଶ୍ୱରୀ ରୋଷେଇ ଘରେ ଶୋଉଥିଲେ ବୋଲି ଶ୍ରୀସନ୍ଥ କହିଛନ୍ତି ।

Samachar Nama

ସୂଚନା ମୁତାବକ,ଭୁବନେଶ୍ୱରୀ ଶ୍ରୀସନ୍ଥଙ୍କଠାରୁ ୯ବର୍ଷ ସାନ ହୋଇଥିବା ବେଳେ ୬ ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଡ଼େଟ୍‌ କରିଥିଲେ । ୨୦୧୩ରେ ବିବାହ ହୋଇଥିବା ବେଳେ ୨୦୧୫ରେ ଶ୍ରୀସନ୍ଥ ଏକ ଶିଶୁକନ୍ୟାର ପିତା ବନିଥିଲେ ।

ସମ୍ବନ୍ଧିତ ଖବର