‘ବାଜିଗର୍‌’ ପାଇଁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଥିଲେ ଶ୍ରୀଦେବୀ

ବହୁ ବ୍ଲକବଷ୍ଟରେ ନାୟିକା ସାଜି ଦର୍ଶକଙ୍କ ହୃଦୟ ଚୋରି କରିଥିବା ଶ୍ରୀଦେବୀ ଶାହରୁଖ ଖାନ୍‌ଙ୍କ ଚର୍ଚ୍ଚିତ ସିନେମା ‘ବାଜିଗର’ର ନାୟିକା ହେବା ମନୋନୀତ ହୋଇଥିଲେ। ସେ ଥିଲେ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ। ଏପରିକି ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିଥାଆନ୍ତା। ମାତ୍ର ଶେଷରେ ପରିବର୍ତନ କରାଗଲା। ଆବ୍ବାସ ମସ୍ତାନ ହିଁ ଏହି ଚଳଚ୍ଚିତ୍ରରେ ଶ୍ର‌ୀଦେବୀଙ୍କୁ ମୁଖ୍ୟ ଭୂମିକାରେ ନେବା ପାଇଁ ଆଗ୍ରହୀ ଥିଲେ। ମାତ୍ର ପରେ ଅନୁଭବ କଲେ ଜଣେ ବରିଷ୍ଠ ଅଭିନେତ୍ରୀଙ୍କୁ ଶାହରୁଖଙ୍କ ସହ ଉପସ୍ଥାପନ କରାଇବା ପରେ ଦର୍ଶକଙ୍କ ଦ୍ବାରା ହୁଏତ ଏହା ଗ୍ରହଣୀୟ ହୋଇନପାରେ। ଏହାକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାତା ଦୁଇ ନାୟିକା ଶିଳ୍ପା ସେଟ୍ଟୀ ଓ କାଜଲ୍‌ଙ୍କୁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ। ଏହା ଦର୍ଶକଙ୍କ ଦ୍ବାରା ବେଶ ଆଦୃତ୍ତ ମଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର