ବଲିଉଡର୍ ପ୍ରଥମ ଲେଡି ସୁପରଷ୍ଟାର୍ ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁ କିଛି ଦିନ ହେବ ପୂରା ଦେଶବାସୀଙ୍କୁ ମର୍ମାହତ କରିଛି। ମାତ୍ର ୫୪ ବର୍ଷ ବୟସରେ ଦୁର୍ଘଟଣାବଶତଃ ଦୁବାଇର ଏକ ହୋଟେଲ୍ରେ ଥିବା ବାଥ୍ଟବ୍ରେ ବୁଡି ମୃତ୍ୟୁବରଣ କରିଥିବା ଶ୍ରୀଦେବୀଙ୍କୁ ଏବେ ବି ପ୍ରଶଂସକ ଝୁରି ହେଉଛନ୍ତି। ଶ୍ରୀଦେବୀଙ୍କ ପରି ବଲିଉଡ୍ର ଆହୁରି କେତେକ ଲୋକପ୍ରିୟ ଅଭିନେତ୍ରୀ ବି ଖୁବ୍ କମ ବୟସରେ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି। ସେମାନଙ୍କ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।
/sambad/media/post_attachments/wp-content/uploads/2018/03/actresses_died_2-300x225.jpg)
ଦିବ୍ୟା ଭାରତୀ: ଅବିକଳ ଶ୍ରୀଦେବୀଙ୍କ ଭଉଣୀ ପରି ଦିଶୁଥିବା ବଲିଉଡ୍ ସୁନ୍ଦରୀ ଦିବ୍ୟାଙ୍କର ଖୁବ୍ କମ୍ ବୟସରେ ମୃତ୍ୟୁ ହୋଇଥିଲା। ମାତ୍ର ୧୯ ବର୍ଷ ବୟସରେ ଅକାଳ ମୃତ୍ୟୁର ଶିକାର ହୋଇଥିଲେ ଦିବ୍ୟା। ମୁମ୍ବାଇସ୍ଥିତ ତାଙ୍କ ବାସଭବନର ୫ ମହଲା ଉପର ବାଲ୍କୋନିରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ସେ ୧୯୯୨ ରୁ ୧୯୯୩ ମସିହା ଭିତରେ ଲଗାତର ୧୪ଟି ଚଳଚ୍ଚିତ୍ର ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଉଲ୍ଳେଖନୀୟ ଚଳଚ୍ଚିତ୍ରଗୁଡ଼ିକରେ ରହିଛି, ‘ଦିଓ୍ଵାନା’, ‘ସୋଲା ଅର୍ ସବ୍ନମ୍’।
/sambad/media/post_attachments/wp-content/uploads/2018/03/actresses_died_3-300x225.jpg)
ମୀନା କୁମାରୀ: ଟ୍ରାଜେଡି କୁଇନ୍ ଭାବେ ଦର୍ଶକଙ୍କ ମନ ଜିଣିଥିବା ମୀନା କୁମାରୀଙ୍କର ବି ଖୁବ୍ କମ୍ ବୟସରେ ଦେହାନ୍ତ ହୋଇଥିଲା। ସେ ୩୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ମୀନା ଯତ୍କତଜନୀତ ରୋଗ ହେତୁ ମୃତ୍ୟୁବରଣ କରିଥିଲେ। ସେ ସମୁଦାୟ ୯୨ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ସାହିବ୍ ବିବି ଅର୍ ଗୁଲାମ’, ‘ମେରେ ଅପ୍ନେ’, ‘ଆରତୀ’, ‘ପରିନୀତା, ‘ଫୁଟପାଥ୍’ ଇତ୍ୟାଦି।
/sambad/media/post_attachments/wp-content/uploads/2018/03/actresses_died_4-300x225.jpg)
ସ୍ମିତା ପାଟିଲ୍: ଅକାଳ ମୃତ୍ୟୁବରଣ କରିଥିବା ଭଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରେ ସ୍ମିତା ଅନ୍ୟତମ। ସେ ମାତ୍ର ୩୧ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ପ୍ରସୂତି ସମୟରେ ତାଙ୍କର ପୁତ୍ରକୁ ଜନ୍ମ ଦେବା ପରେ ଅକାଳ ମୃତ୍ୟୁର ସାମ୍ନା କରିଥିଲେ ସ୍ମିତା। ସେ ମାତ୍ର ୧୦ ବର୍ଷର କ୍ୟାରିୟର୍ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ବଲିଉଡ୍ର ଶ୍ୟାମ ସୁନ୍ଦରୀ ଭାବେ ପରିଚିତା ସ୍ମିତା ପ୍ରାୟ ୮୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
/sambad/media/post_attachments/wp-content/uploads/2018/03/actresses_died_5-300x225.jpg)
ମଧୁବାଲା: ହୃଦ୍ରୋଗର ଶିକାର ହୋଇ ମାତ୍ର ୩୫ ବର୍ଷ ବୟସରେ ଅକାଳ ମୃତ୍ୟୁର ଶିକାର ହୋଇଥିଲେ ତତ୍କାଳୀନ ଲୋକପ୍ରିୟ ଅଭିନେତ୍ରୀ ମଧୁବାଲା। ତାଙ୍କର କେତୋଟି ସୁପରହିଟ୍ ଚଳଚ୍ଚିତ୍ର ମଧ୍ୟରୁ ‘ମୋଗଲ୍-ଇ-ଅଜମ୍’ ଅନ୍ୟତମ।
/sambad/media/post_attachments/wp-content/uploads/2018/03/actresses_died_6_parveen-300x225.jpg)
ପରବିନ ବାବି: ଏକ ମାରଣାତ୍ମକ ରୋଗରେ ପୀଡ଼ିତ ହୋଇ ୨୦୦୫ ମସିହାରେ ପରବୀନ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବୟସ ହୋଇଥିଲା। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଦିଓ୍ଵାର୍’, ‘ଅମର୍ ଅକବର୍ ଆନ୍ଥୋନି’, ‘ନମକ୍ ହଲାଲ୍’, ‘ସୁହାଗ’ ଇତ୍ୟାଦି। ତାଙ୍କର ୧୦ ବର୍ଷର କ୍ୟାରିୟର୍ ମଧ୍ୟରେ ସେ ବଲିଉଡ୍କୁ ୫୦ଟି ଚଳଚ୍ଚିତ୍ର ପ୍ରଦାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/actresses_died_lead1.jpg)