ସ୍ୱାମୀଙ୍କ ସହ ଶେଷ ନୃତ୍ୟ, ପତ୍ନୀଙ୍କ ଉଦ୍ଦେଶ୍ୟରେ ତାଜ୍‌ମହଲ୍‌ କରିବାକୁ ଚାହାନ୍ତିି ବୋନି କପୁର୍‌!

ମୁମ୍ବାଇ: ଯଦିଓ ଏକଥା ଚାରିଆଡ଼େ ଛାଇ ହୋଇଯାଇଛି ଯେ ଦୁବାଇରେ ନିଜ ସଂପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସ୍ୱାମୀ ବୋନି କପୁର୍‌ ଓ କନ୍ୟା ଖୁସିଙ୍କ ସହ ଯାଇଥିଲେ ଅଭିନେତ୍ରୀ ଶ୍ରୀଦେବୀ। ସେଠାରେ ଶନିବାର ବିିଳମ୍ବିତ ରାତ୍ରୀରେ ତାଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ଘଟିଛି। ତେବେ, ସେହି ବିବାହ ଉତ୍ସବର ଏକ ସୁନ୍ଦର ଭିଡିଓ ଏବେ ଦେଖିବାକୁ ମିଳିଛି। ଭିଡିଓଟିରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ବୋନି କପୁର୍‌ଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଉକ୍ତ ଉତ୍ସବରେ ସେ ଦୁହେଁ ବେଶ୍‌ ଆନନ୍ଦିତ ଥିବାର ଦେଖିବାକୁ ମିଳୁଛନ୍ତିି। ପ୍ରଥମେ ଶ୍ରୀ କପୁର୍‌ ଶ୍ରୀଦେବୀଙ୍କୁ ନିଜ ଆଡୁ ଯାଇ ନୃତ୍ୟ ପାଇଁ ହାତ ବଢ଼ାଉଛନ୍ତି। ପରେ ଶ୍ରୀଦେବୀ ବୋନିଙ୍କ ସହ ନୃତ୍ୟ କରିବା ସହ ତାଙ୍କୁ ଆଲିଙ୍ଗନ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଯୋଜକ ବୋନି କପୁର୍‌ ଏବଂ ବବଲି ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରେମ ସଂପର୍କ ବଲିଉଡର ଏକ ଚର୍ଚ୍ଚିତ କାହାଣୀ। ବୋନି କପୁର୍‌ ତାଙ୍କ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କୁ କେତେ ଭଲପାଆନ୍ତି ତାହା ତ ସଭିଙ୍କୁ ଜଣା। ଅଚାନକ ପତ୍ନୀଙ୍କ ମୃତ୍ୟୁ ପରେ ସେ ଭାବପ୍ରବଣ ହୋଇପଡ଼ିଛନ୍ତି। ତେବେ, ସେ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟର ତାଜ୍‌ମହଲ କରିବାର ଇଚ୍ଛା ରଖିଛନ୍ତି ବୋଲି ବିଶେଷ ସୂତ୍ରରୁ ଖବର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର