ଏହି ମାମଲାରେ ନିଜ କଥା ରଖି ନଥିଲେ ଶ୍ରୀଦେବୀ !
ମୁମ୍ବାଇ: ବଲିଉଡର ଜମ୍ପିଂଜ୍ୟାକ୍ ଜିତେନ୍ଦ୍ରଙ୍କ ସହ ବଲିଉଡ ଡିଭା ଶ୍ରୀଦେବୀ ସର୍ବପ୍ରଥମେ ହିମ୍ମତଓ୍ଵାଲାରେ ନଜର ଆସିଥିଲେ। ଏହାପରେ ଏହି ଯୋଡି ଲଗାତାର ପରଦାରେ ଆସିଥିଲେ।ଏହାକୁ ଉଭୟଙ୍କ ର ଲିଙ୍କ୍ଅପ୍ ବୋଲି କୁହାଗଲା । ଥରେ ସାମ୍ବାଦିକମାନେ ଯେତେବେଳେ ଏ ସଂପର୍କରେ ଶ୍ରୀଦେବୀଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ଏହାକୁ ସେ ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ଜିତେନ୍ଦ୍ର ଜଣେ ଭଲ କଳାକାର, ସେ ତାଙ୍କୁ ସବୁ ବେଳେ ସାହାଯ୍ୟ କରି ଆସିଛନ୍ତି ଓ ଜଣେ ବିବାହିତ ପୁରୁଷ ସହିତ ସେ ବା କାହିଁକି ସଂପର୍କ ରଖିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କୌଣସି ବିବାହିତ ପୁରୁଷର ପତ୍ନୀ ହେବେ ନାହିଁ, କି କାହାର ଦ୍ୱିତୀୟ ପତ୍ନୀ ହେବେ ନାହିଁ ବୋଲି ଦୃଢ଼ୋକ୍ତି କରିଥିଲେ ଶ୍ରୀଦେବୀ। ହେଲେ ନିଜର ଏ କଥାକୁ ଭୁଲି ଯାଇଥିଲେ ସେ । କାରଣ ସେ ଜଣେ ବିବାହିତ ପୁରୁଷ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ। ଏଭଳି ଜଣେ ବିବାହିତ ପୁରୁଷଙ୍କୁ ଶ୍ରୀଦେବୀଙ୍କ ଭଳି ଟପ୍ ହିରୋଇନ୍ ଯେ ବିବାହ କରିବେ, ତାହା କେହି ଭାବି ବି ନଥିଲେ । ବୋନି କପୁର ଶ୍ରୀଦେବୀଙ୍କଠାରୁ ବୟସରେ ପ୍ରାୟ ୮ ବର୍ଷ ବଡ଼ ।