ଏହି ସିନେମାକୁ ବେଡ୍‌ ଲକ୍‌ ବୋଲି କାହିଁକି କହିଥିଲେ ଶ୍ରୀବେଦୀ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ୮୦ଦଶକର ସବୁଠାର ଅଧିକ ସଫଳତା ସିନେମା ମଧ୍ୟରୁ ସିନେମା ‘ହିମ୍ମତବାଲା’ ଶ୍ରୀଦେବୀଙ୍କୁ ସଫଳତାର ଏକ ନୂଆ ମୋଡରେ ପହଞ୍ଚାଇ ଦେଇଥିଲା। ନିକଟରେ ଏକ ପୁସ୍ତକରେ ଦାବି କରାଯାଇଛି କି ଶ୍ରୀଦେବୀ ଏହି ସିନେମାକୁ ହିଟ୍‌ ହେବା ନିଜ ପାଇଁ ବେଡ୍‌ ଲକ୍‌ ବୋଲି ମାନିଥିଲେ। ଏହି ପୁସ୍ତକରେ ଶ୍ରୀଦେବୀଙ୍କ ଏକ ସାକ୍ଷାତକାରକୁ କୋଟ କରାଯାଇଛି।

ସୂଚନାଯୋଗ୍ୟ, ୧୯୮୭ରେ ଦେଇଥିବା ଏକ ସାକ୍ଷାତକାରରେ ଶ୍ରୀଦେବୀ କହିଥିଲେ, ହିନ୍ଦୀରେ ସେ ନିଜର ପ୍ରଥମ ହିଟ୍‌ ସିନେମା ‘ହିମ୍ମତଓ୍ଵାଲା’ର ସଫଳତାରେ ଖୁସି ନାହାନ୍ତି। ଶ୍ରୀଦେବୀ ଆଗକୁ କହିଥିଲେ, ତାମିଲ ସିନେମାରେ ଦର୍ଶକ ତାଙ୍କୁ ନାଚୁରାଲ ଅଭିନୟରେ ଦେଖିବାକୁ ପସନ୍ଦ କରନ୍ତି। କିନ୍ତୁ ହିନ୍ଦୀ ସିନେମାରେ ଗ୍ଲାମରସ୍‌କୁ ଦେଖାଇବାକୁ ପଡ଼ିଥାଏ ଓ ଏଥିରେ ଖୁବ୍‌ ମସଲା ଭରିବାକୁ ପଡ଼ିଥାଏ। ତେବେ ଏହାକୁ ଦୁର୍ଭାଗ୍ୟ ବୋଲି ମାନନ୍ତୁ କାରଣ ହିନ୍ଦୀରେ ପ୍ରଥମ ହିଟ୍‌ ସିନେମା ଏକ କମର୍ସଲ ସିନେମା (ହିମ୍ମତଓ୍ଵାଲା) ଥିଲା। ତେବେ ସଦମାରେ କ୍ୟାରେକ୍ଟର ରୋଲ କରିଥିଲେ ହେଁ ତାହା ଅସଫଳ ହୋଇଥିଲା। ଏହାପରେ ଲୋକମାନେ ତାଙ୍କୁ ଗ୍ଲାମରସ ରୋଲରେ ହିଁ କାଷ୍ଟିଂ କରିବା ଆରମ୍ଭ କରି ଦେଇଥିଲେ। ସେ ଅଭନୟ ବି କରି ପାରନ୍ତି ବୋଲି ଦିନେ ପ୍ରମାଣ କରି ଦେବେ ବୋଲି କହିଥିଲେ। ଶ୍ରୀଦେବୀଙ୍କ ଉପରେ ଏହି ପୁସ୍ତକ ଲଲିତା ଅୟର ଲେଖିଛନ୍ତି।

ଅୟର ଲେଖିଛନ୍ତି, ଯେତେବେଳେ ୮୦ଦଶକ ସିନେମା ଖରାପ ଅବସ୍ଥା ଦେଇ ଗତି କରୁଥିଲା ସେତେବେଳେ ଶ୍ରୀଦେବି ଇଣ୍ଡଷ୍ଟ୍ରିରେ ସିନେମା ‘ହିରୋ ନମ୍ବର ୧’ ଜରିଆରେ ପରଦାକୁ ଆସିଥିଲେ।

 

ସମ୍ବନ୍ଧିତ ଖବର