ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବିଏମସି ମୁମ୍ବାଇର ଲୋଖଣ୍ଡୱାଲାର ଜଙ୍କସନକୁ 'ଶ୍ରୀଦେବୀ ଚୌକ' ନାମରେ ନାମିତ କରିଛି। ଶ୍ରୀଦେବୀ ଏହି ରାସ୍ତାରେ ଗ୍ରୀନ୍ ଏକର୍ସ ଟାୱାରରେ ରହୁଥିଲେ। ଶ୍ରୀଦେବୀଙ୍କ ଶେଷ ଯାତ୍ରା ମଧ୍ୟ ଏହି ରାସ୍ତା ଦେଇ ଯାଇଥିଲା। ତେଣୁ ନଗରପାଳିକା ଓ  ସ୍ଥାନୀୟଲୋକଙ୍କ ଅନୁରୋଧ କ୍ରମେ ଅଭିନେତ୍ରୀଙ୍କ ସମ୍ମାନାର୍ଥେ ଏଭଳି ନାମକାରଣ ହୋଇଛି। 

Advertisment

ସୂଚନା ଅନୁଯାୟୀ, ଶନିବାର ଅକ୍ଟୋବର ୧୨ ସନ୍ଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବନି କପୁର ଏବଂ ଶ୍ରୀଦେବୀଙ୍କ  ପରିବାରର ଅଧିକରୁ ଅଧିକ ଲୋକଙ୍କୁ ଆମନ୍ତ୍ରଣ କରାଯାଇଛି। 

ଏହି କ୍ରମରେ ଶ୍ରୀଦେବୀଙ୍କ ଜୀବନୀ ଉପରେ ବାୟୋପିକର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ସ୍ୱାମୀ ବୋନି କପୁର ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଏକ ସାକ୍ଷାତକାରରେ ବୋନି କପୁର କହିଛନ୍ତି, "ସେ ଜଣେ ବ୍ୟକ୍ତିଗତ ବ୍ୟକ୍ତି ଥିଲେ ଏବଂ ତାଙ୍କ ଜୀବନ ବ୍ୟକ୍ତିଗତ ରହିବା ଉଚିତ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ଜୀବନୀ ଉପରେ କୌଣସି ବାୟୋପିକ ନିର୍ମାଣ ହେବାକୁ ଦେବି ନାହିଁ। ସେ ବ୍ୟକ୍ତିଗତ ମଣିଷ ଥିଲେ ଓ ରହିବେ ମଧ୍ୟ।

ବଲିଉଡ୍ କୁଇନ୍ ଶ୍ରୀଦେବୀ ୨୦୧୮ ଫେବ୍ରୁଆରି ୨୪ରେ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲି ଯାଇଥିଲେ। ସେବେଠାରୁ ଶ୍ରୀଦେବୀଙ୍କ ମୃତ୍ୟୁର କାରଣ ରହସ୍ୟ ଘେରରେ ରହି ଆସିଛି। ଦୁବାଇର ଏକ ହୋଟେଲରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ବାଥରୁମ ଭିତରେ ଗାଧୁଆ ଟବରେ ପଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା ବୋଲି ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଥିଲା।

ଅଧିକପଢ଼ନ୍ତୁ:https://sambad.in/leading/rate-of-onion-will-decrease-very-soon-says-minister-7309136