ଶ୍ରୀଦେବୀଙ୍କ ମୃତ୍ୟୁ ସୁଚିନ୍ତିତ ଷଡ଼ଯନ୍ତ୍ର : ପୂର୍ବତନ ପୁଲିସ କର୍ମଚାରୀ!

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଏଯାଏଁ ହୋଇ ପାରିନାହିଁ। କେତେକ ଏହାକୁ ଆକସ୍ମିକ ମୃତ୍ୟୁ ବୋଲି କହୁଛନ୍ତି ତ ପୁଣି କେତେକ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହୁଛନ୍ତି।
ଏ ବିଷୟରେ ପୂର୍ବତନ ପୁଲିସ କର୍ମଚାରୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବାଥ୍‌ ଟବ୍‌ରେ ଡ଼ୁବି କରି ଶ୍ରୀଦେବୀଙ୍କର ମୃତ୍ୟୁ ହୋଇ ନାହିଁ। ବରଂ ଏହା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶ୍ରୀଦେବୀଙ୍କର ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ,ବରଂ ଏକ ହତ୍ୟା ମାମଲା ଲାଗୁଛି।
ଏହି ପୂର୍ବତନ ପୁଲିସ ଅଧିକାରୀ ନାମ ହେଲା ବେଦ ଭୂଷଣ।ସେ ଦର୍ଶାଇଛନ୍ତି ଯେ ,ତାଙ୍କୁ ଶ୍ରୀଦେବୀଙ୍କ ଶବ ଉଦ୍ଧାର ହୋଇଥିବା କକ୍ଷକୁ ଯିବାର ଅନୁମତି ମିଳି ନଥିଲା। ସେ ପାଖରେ ଥିବା କୋଠରୀ କୁ ଯାଇ ମୃତ୍ୟୁ ଦୃଶ୍ୟର ଅଭିନୟ ଦେଖିଥିଲେ। ସେଥିରେ ଦର୍ଶାଯାଇ ଥିଲା ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଆକସ୍ମିକ।

photo-hindustantimes

ବେଦ ଭୂଷଣ ଆହୁରି ମଧ୍ୟ କହିଛନ୍ତି ଯେ କାହାର ଶ୍ୱାସକ୍ରିୟା ରୋକିବା ପାଇଁ ଜବରଦସ୍ତି ବାଥ୍‌ ଟବ୍‌ରେ ରଖିବା ଓ ପ୍ରମାଣ ନଷ୍ଟ କରିବା ଅତି ସହଜ।

ସମ୍ବନ୍ଧିତ ଖବର