ମୁମ୍ବାଇ: ବଲିଉଡ଼୍ ଡ଼ିଭା ଶ୍ରୀଦେବୀ ପ୍ରଥମେ ସାଉଥ୍ ଫିଲ୍ମରେ କାମ କରୁଥିଲେ ହେଲେ ୧୯୭୭ରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ସୋଲ୍ଭା ସାଓ୍ଵନ’ ଜରିଆରେ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ। ବଲିଉଡ଼୍ରେ ସେ ନିଜର କେତେକ ବ୍ୟକ୍ତିଗତ କାରଣରୁ ବେଶ ଚର୍ଚ୍ଚିତା ହୋଇଥିଲେ। ଶ୍ରୀଦେବୀଙ୍କର ଆଫେଆର୍ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ରହିଥିଲା ବୋଲି ଶୁଣିବାକୁ ମିଳିଥିଲା। ପ୍ର୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ୍ ରୋଶନ୍ଙ୍କ ‘ଜାଗ୍ ଉଠା ଇନ୍ମାନ୍’ଫିଲ୍ମରେ କାମ କରୁଥିବାବେଳେ ମିଥୁନଙ୍କ ସହ ଶ୍ରୀଦେବୀଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।ଖାଲି ସେତିକି ନୁହେଁ,ଏ ଦୁହେଁ ଗୋପନରେ ବିବାହ ମଧ୍ୟ କରିଥିଲେ ବୋଲି ଚର୍ଚ୍ଚା ହୋଇଥିଲା।ଏକ ପତ୍ରିକାରେ ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପ୍ରକାଶିତ ହୋଇଥିଲା
photo-youtube
।ମିଥୁନଙ୍କ ସହ ଶ୍ରୀଦେବୀ ପରେ ‘ଗୁରୁ’ଫିଲ୍ମରେ କାମ କରିଥିଲେ।ଗାୟକ କିଶୋର କୁମାରଙ୍କ ପୂର୍ବପତ୍ନୀ ଯୋଗିତା ବାଲିଙ୍କୁ ବିବାହ କରି ସାରିଥବା କୁହାଯାଏ । ଶ୍ରୀଦେବୀଙ୍କୁ ମିଥୁନ୍ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଯୋଗିତାଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବେ,ହେଲେ ସେଭଳି କିଛି କରି ନ ଥିଲେ ମିଥୁନ୍। ଏଥିରେ ବ୍ୟଥିତ ଓ ଉତ୍କ୍ଷିପ୍ତ ହୋଇ ଶ୍ରୀଦେବୀ ମିଥୁନ୍ ଚକ୍ରବର୍ତ୍ତୀଙ୍କ ଠାରୁ ଦୂରେଇ ଯାଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା।ଏହାପରେ୧୯୯୬ରେ ଶ୍ରୀଦେବୀ ପ୍ରଯୋଜକ ବୋନି କପୁର୍ଙ୍କୁ ବିବାହ କରିଥିଲେ।