ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା : ଶ୍ରୀଦେବୀଙ୍କ କକାଙ୍କ ବୟାନ

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ତାଙ୍କ ପରିବାର ସମେତ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଘୁରି ବୁଲୁଥିଲା। ନିକଟରେ ଶ୍ରୀଦେବୀଙ୍କ କାକା ବେଣୁଗୋପାଳ ରେଡି ଏକ ଗଣମାଧ୍ୟମରେ ବୟାନ ଜାରି କରିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।

ବେଣୁଗୋପାଳ କହିଛନ୍ତି, ‘ମୋ ଝିଅ ଶ୍ରୀଦେବୀ ବାହାରୁ ଖୁସି ନଜର ଆସୁଥିଲେ, କିନ୍ତୁ ସେ ପ୍ରକୃତରେ ଖୁସି ନଥିଲେ। ବ୍ୟକ୍ତିଗତ ଜୀବନରେ ନିରାଶ ଓ ଦୁଃଖରେ ଭରି ରହିଥିଲେ। ସେ ଖୁବ୍‌ କଷ୍ଟରେ ମରିଛନ୍ତି। ତେଣୁ ତାଙ୍କ ଆତ୍ମାକୁ କେବେ ଶାନ୍ତି ମିଳିବ ନାହିଁ। ଏହାର ଏକ ମାତ୍ର କାରଣ ବୋନି କପୁର। ବୋନି ଅନେକ ଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଅନେକ କରଜରେ ସେ ବୁଡ଼ି ରହିଛନ୍ତି। ଏହାକୁ ନେଇ ଶ୍ରୀଦେବୀ ସବୁବେଳେ ଚିନ୍ତାରେ ରହୁଥିଲେ। ବୋନି ଶ୍ରୀଙ୍କ ଅନେକ ସମ୍ପତ୍ତି ବିକ୍ରି ମଧ୍ୟ କରି ସାରିଛନ୍ତି । ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି ଶ୍ରୀ ପୁଣି ସିନେମାଜଗତକୁ ଫେରିଥିଲେ।’

ସମ୍ବନ୍ଧିତ ଖବର