ଏବେ ବି ଜାରି ରହିଛି ଶ୍ରୀଦେବୀଙ୍କ ମୃତ୍ୟୁର ଯାଞ୍ଚ, ଖୁବ୍‌ ଶୀଘ୍ର ଆସିବ ସମ୍ପୂର୍ଣ୍ଣ ପୋଷ୍ଟମୋର୍ଟମ ରିପୋର୍ଟ

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ସମ୍ପୂର୍ଣ୍ଣ ପୋଷ୍ଟମୋର୍ଟମ ରିପୋର୍ଟକୁ ଦୁବାଇ ପୁଲିସ ଜାରି କରିବ। ଦୁବାଇ ପୁଲିସର ଜଣେ ସ୍ୱତନ୍ତ୍ର  ଅଧିକାରୀଙ୍କ କହିବାନୁସାରେ, ‘ଶ୍ରୀଦେବୀଙ୍କ ମୃତ୍ୟୁର ଯାଞ୍ଚ ପ୍ରକ୍ରିୟା ଦୀର୍ଘ ରହିଛି। ତେଣୁ ଯାଞ୍ଚ ଶେଷ ହେବା ପରେ ବିସୃତ ରିପୋର୍ଟ ଜାରି କରାଯିବ।’

ଦୁବାଇ ପୁଲିସ ଆସିଷ୍ଟାଣ୍ଟ କମାଣ୍ଡର ଜେନେରାଲ ଅବଦୁଲ ଖାଦୁସ ଅବଦେଲିଙ୍କ କହିବାନୁସାରେ, ଶ୍ରୀଦେବୀଙ୍କ ବିସୃତ ପୋଷ୍ଟମୋର୍ଟମ ରିପୋର୍ଟ ଯାଞ୍ଚ ପୂରା ହେବା ସଙ୍ଗେସଙ୍ଗେ ଆମେ ତାହାକୁ ସମସ୍ତଙ୍କୁ ସାମ୍ନାକୁ ଆଣିବୁ। ଏହି ମାମାଲକୁ ନେଇ ଜୋରସୋର ଛାନ୍‌ଭିନ୍‌ କରାଯାଇଛି।

ଶ୍ରୀବେଦୀଙ୍କ ପ୍ରଥମେ ଡେଥ୍‌ ସାର୍ଟିଫିକେଟରେ କୁହାଯାଇଥିଲା କି, ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଥରୁମ୍‌ରେ ଦୁର୍ଘଟଣାବଶତଃ ବାର୍ଥଟବ୍‌ରେ ବୁଡି ଯିବା ହେତୁ ହୋଇଥିଲା। ଏତଦ୍‌ ବ୍ୟତୀତ ତାଙ୍କ ଶରୀରରେ ଆଲକହଲ ମାତ୍ରା ବି ଥିବା ସୂଚନା ମିଳିଥିଲା।

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଶ୍ରୀଦେବୀ ଦୁବାଇରେ ତାଙ୍କ ପୁତୁରାର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ବିବାହ ଉତ୍ସବ ପରେ ସେ ଏକ ହୋଟେଲରେ ରହିଥିଲେ। ସ୍ୱାମୀଙ୍କ ସହ ଡିନର୍‌ ଯିବା ପୂର୍ବରୁ ଶ୍ରୀଦେବୀ ଗାଧୁଆଘରକୁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ନ ଫେରିବାରୁ ବୋନି କପୁର୍‌ କବାଟ ଭାଙ୍ଗି ଥିଲେ ଏବଂ ଶ୍ରୀଦେବୀଙ୍କୁ ବାର୍ଥଟବ୍‌ ଭିତରେ ପଡ଼ି ରହିଥିବାରୁ ଦେଖିବାକୁ ପାଇଥିଲେ। ସେଠାରୁ ତୁରନ୍ତ ଦୁବାଇର ରସିଦ୍‌ ହସ୍ପିଟାକୁ ତାଙ୍କୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଶ୍ରୀଦେବୀଙ୍କୁ ମୃତ୍ୟୁ ହୃଦ୍‌ଘାତ ହେତୁ ହୋଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର