ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନରେ ଶେଷ ହେବ। ଶ୍ରୀଦେବୀଙ୍କୁ ଶେଷ ଥର ଦେଖିବା ପାଇଁ ମୁମ୍ବାଇ ସେଲିବ୍ରେସନ୍ କ୍ଲବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବହୁ ବଡ଼ ବଡ଼ ବଲିଉଡ୍ ତାରକା। ୨୦୦ ପୁଲିସ୍ କର୍ମଚାରୀ ପୂରା ସତର୍କତାର ସହ ସେଲିବ୍ରେସନ୍ କ୍ଲବ୍ ସମ୍ମୁଖରେ ଜଗିଛନ୍ତି। ମିଳିଥିବା ସୂଚନା ମୁତାବକ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ। ସୁପର୍ଷ୍ଟାର୍ଙ୍କ ଶେଷକୃତ୍ୟ ପାଇଁ ମୁମ୍ବାଇର ସେଲିବ୍ରେସନ୍ ସ୍ପୋର୍ସ କ୍ଲବରେ ମୁମ୍ବାଇ ପୁଲିସ୍ ବ୍ୟାଣ୍ଡ୍ ପହଞ୍ଚି ଯାଇଛି।
ଉଲ୍ଳେଖଯୋଗ୍ୟ, ପୂରା ୧୫ ବର୍ଷ ବଲିଉଡ୍ରେ ଦେଖା ନ ଦେବା ପରେ ଶ୍ରୀଦେବୀ ୨୦୧୨ ମସିହାରେ ଗୌରୀ ସିନ୍ଧେଙ୍କ ଚଳଚ୍ଚିତ୍ର ‘ଇଙ୍ଗ୍ଲିସ୍ ଭିଙ୍ଗ୍ଲିସ୍’ରେ ନଜର ଆସିଥିଲେ। ପଦ୍ମଶୀ ପୁରସ୍କାର ବିଜୟିନୀ ଶ୍ରୀଦେବୀ ବଲିଉଡ୍ ବ୍ୟତୀତ ତାମିଲ୍, ତେଲ୍ଗୁ, ମଲାୟାଲାମ୍ ଏବଂ କନ୍ନଡାରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।