ମୁମ୍ବାଇ: ହିମ୍ମତଓ୍ଵାଲା,ତୋହଫା,ଜଷ୍ଟିସ ଚୌଧୁରୀ,ମଓ୍ଵାଲି ,ଚାଲବାଜ୍,ଗୁରୁ,ମଷ୍ଟର ଇଣ୍ଡିଆ,ଜୁଦାଇ,ଇଂଲିସ୍ ବିଂଲିଶ୍ ଓ ମମ୍ ଭଳି ବହୁଚର୍ଚ୍ଚିତ ସିନେମାର ନାୟିକା ଶ୍ରୀଦେବୀ ଜଣେ ଉଚ୍ଚକୋଟିର ଅଭିନେତ୍ରୀ,ଏକଥା ସମସ୍ତଙ୍କୁ ଜଣା।ହେଲେ ଖୁବ୍ କମ୍ ଲୋକ ଜାଣନ୍ତି ଯେ,ଶ୍ରୀଦେବୀ ଜଣେ ଭଲ ପେଣ୍ଟର୍ ମଧ୍ୟ ଅଟନ୍ତି।
ପେଣ୍ଟିଂ କରିବା ତାଙ୍କର ରୁଚି।ସେ ଅବସର ସମୟରେ ପେଣ୍ଟିଂ କରିବାକୁ ଭଲ ପାଆନ୍ତି।କିନ୍ତୁ ଆପଣମାନେ ଜାଣି ବିସ୍ମିତ ହେବେ ଯେ ଶ୍ରୀଦେବୀ ଆଙ୍କିଥିବା ଏକ ପେଣ୍ଟିଂ ଏବେ ୮ରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ହେବ।ଶ୍ରୀଦେବୀ ବଲିଉଡ଼୍ ହିରୋଇନ୍ ସୋନମ୍ କପୁର୍ ଓ ହଲିଉଡ଼୍ କଳାକାର ମାଇକେଲ୍ ଜାକସନ୍ଙ୍କର ପେଣ୍ଟିଂ ତିଆରି କରିଛନ୍ତି।ଆସନ୍ତା ମାସରେ ଦୁବାଇରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଏହି ପେଣ୍ଟିଂର ନିଲାମି କରାଯିବ।ଶ୍ରୀଦେବୀଙ୍କ ଏହି ପେଣ୍ଟିଂର ପ୍ରାରମ୍ଭିକ ମୂଲ୍ୟ ୮ରୁ ୧୦ଲକ୍ଷ ରହିବ ବୋଲି ଜଣାଯାଇଛି।ଏହି ନିଲାମିରେ ଯିଏ ସର୍ବାଧିକ ଟଙ୍କା ଦେବାକୁ ପ୍ରସ୍ତୁତ ହେବେ ତାଙ୍କୁ ସେହି ପେଣ୍ଟିଂ ବିକ୍ରି କରାଯିବ ବୋଲି କୁହାଯାଉଛି।
/sambad/media/post_attachments/wp-content/uploads/2018/01/sridevi.hindustantimes.com_-300x169.jpg)
ଏହି ପେଣ୍ଟିଂରେ ମାଇକେଲ୍ ଜାକସନ୍ଙ୍କୁ କ୍ଲାସିକ୍ ପୋଜ୍ରେ ଦେଖିବାକୁ ମିଳିବ।ଅପରପକ୍ଷରେ ସୋନମ୍ କପୁର୍ ନିଜର ପ୍ରଥମ ହିନ୍ଦୀ ସିନେମା‘ସାଓ୍ଵରିୟା’ର ପୋଜ୍ରେ ଅଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୭ରେ ଯେତେବେଳେ ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ‘ସାଓ୍ଵରିୟା’ମୁକ୍ତିଲାଭ କରିଥିଲା,ସେତେବେଳେ ଶ୍ରୀଦେବୀ ସୋନମ୍ଙ୍କର ଏହି ପେଣ୍ଟିଂ ବନାଇଥିଲେ।
ଶ୍ରୀଦେବୀ ଅନେକ ବର୍ଷ ଧରି ପେଣ୍ଟିଂ କରୁଛନ୍ତି।୨୦୧୦ରେ ଇଣ୍ଟର ନେସନାଲ୍ ଆର୍ଚି ହାଉସ୍ ପକ୍ଷରୁ ତାଙ୍କୁ ପେଣ୍ଟିଂର ନିଲାମି ପାଇଁ ଆପ୍ରୋଚ୍ କରାଯାଇଥିଲା।କିନ୍ତୁ ସେତେବେଳେସେ ରାଜି ହୋଇନଥିଲେ।
ସୋନମ କପୁରଙ୍କର ଦୁବାଇବାରେ ଅନେକ ଫ୍ୟାନ୍ ଥିବା ହେତୁ ଶ୍ରୀଦେବୀ ଦୁବାଇରେ ନିଜର ପେଣ୍ଟିଂର ନିଲାମି କରିବାକୁ ରାଜି ହୋଇଛନ୍ତି। ସେ ଆଶାବାଦୀ ଯେ,ସେଠାରେ ତାଙ୍କର ପେଣ୍ଟିଂ ଉଚ୍ଚ ଦାମରେ ବିକ୍ରି ହେବ।ତେବେ ମାଇକେଲ୍ ଜାକସନଙ୍କ ପେଣ୍ଟିଂ ଶ୍ରୀଦେବୀଙ୍କର ସବୁଠୁଁ ପ୍ରିୟ।