ଶ୍ରୀଦେବୀଙ୍କ ୫୭ତମ ଜନ୍ମବାର୍ଷିକୀରେ ପତ୍ନୀଙ୍କୁ ମନେ ପକାଇଲେ ବୋନି କପୁର

ମୁମ୍ବାଇ: ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୭ତମ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇଛନ୍ତି ସ୍ବାମୀ ବୋନି କପୁର୍‌। ପ୍ରଯୋଜକ ତଥା ଶ୍ରୀଦେବୀଙ୍କ ସ୍ବାମୀ ବୋନି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ର ସାହାଯ୍ୟ ନେଇ  ପତ୍ନୀ ଶ୍ରୀଦେବୀଙ୍କୁ ଜନ୍ବଦିନର ଶୁଭେଚ୍ଛା ଜଣାଇଛନ୍ତି।

ବୋନି ଟ୍ବିଟ୍‌ କରି ଲେଖିଛନ୍ତି, ‘ଜାନ୍‌, ତୁମେ ଆମକୁ ଛାଡ଼ି ଯିବାର ୯୦୦ ଦିନ ହୋଇଗଲାଣି ଓ ମୁଁ ପ୍ରତ୍ୟେକ ସେକେଣ୍ଡ୍‌‌ରେ ତମକୁ ମନେ ପକାଉଛି। ଆଜି ଟିକେ ଅଧିକ। କାହିଁକି ନା ଗୁଞ୍ଜନରେ ଜାନୁ(ଜାହ୍ନବୀ)ର ଭଲ ପ୍ରଦର୍ଶନରେ ତୁମ ମୁହଁରେ ସେ ଆନନ୍ଦ ଦେଖି ପାରିଥାନ୍ତି କି! ତୁମ ବିନା ଆମ ଖୁସି ଅଧୁରା। ମୁଁ ଇଚ୍ଛା କରେ ତୁମେ ଆମ ସହିତ ଥାଅ। ଜନ୍ମଦିନର ଶୁଭେଚ୍ଛା ମୋର ପ୍ରେମ ଓ ମୋ ଜୀବନକୁ।‘ ସେ ତାଙ୍କ ପୋଷ୍ଟ୍‌ରେ ଶ୍ରୀଦେବୀଙ୍କର ଦୁଇଟି ପୁରୁଣା ଫଟୋ ମଧ୍ୟ ଦେଇଛନ୍ତି।

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ନୂଆ ଚଳଚ୍ଚିତ୍ର “ଗୁଞ୍ଜନ ସାକ୍ସେନା: ଦି କାର୍ଗିଲ ଗାର୍ଲ” ବିଷୟରେ ବୋନି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ। ଉଲ୍ଳେଖଯୋଗ୍ୟ, ଦୁବାଇର ଏକ ହୋଟେଲରେ ବାଥ ଟବରେ ବୁଡ଼ିଯିବା ପରେ ଶ୍ରୀଦେବୀଙ୍କର ୨୦୧୮ ମସିହା‌ରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି ଘୋଷଣା କରାଯାଇଥିଲା।’’

ସମ୍ବନ୍ଧିତ ଖବର